ଆସିଗଲା ଉଡୁଥିବା ବାଇକର ଯୁଗ!! ଜାଣନ୍ତୁ, ଏହାର ସ୍ପିଡ଼ ଏବଂ ମୂଲ୍ୟ, ଏଭଳି ଭାବରେ କରନ୍ତୁ ବୁକିଂ….

 

ଅନେକ ହଲିଉଡ଼ ଚଳଚିତ୍ରରେ ଆପଣ ନିଶ୍ଚିତ ଭାବରେ ଉଡୁଥିବା ବାଇକ୍ ଏବଂ କାର ମଧ୍ୟ ଦେଖିଥିବେ। କିନ୍ତୁ, ବାସ୍ତବରେ ଆପଣ ଏଭଳି ଗାଡି ଚଳାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଆପଣଙ୍କ ପାଇଁ ଆସୁଛି ଖୁସି ଖବର। ଏବେ, ବାସ୍ତବରେ ଏଭଳି ଏକ ବାଇକ ପ୍ରସ୍ତୁତ ହୋଇଛି ଯାହାକି ଉଡିବାକୁ ସକ୍ଷମ ଅଟେ। କେବଳ ଏହାକୁ ପ୍ରସ୍ତୁତ କରାଯାଇଛି ତାହା ନୁହେଁ ବରଂ ଏହି ବାଇକଟିର ବିକ୍ରୟ ମଧ୍ୟ ଆରମ୍ଭ ହୋଇଯାଇଛି।

'ଦ ମିରର୍'ର ରିପୋର୍ଟ ଅନୁଯାୟୀ ଏହା ଦୁନିଆର ପ୍ରଥମ ଫ୍ଲାଇଙ୍ଗ୍ ବାଇକ୍ ହେବ ଏବଂ ଏହି ଫ୍ଲାଇଙ୍ଗ୍ ବାଇକ୍ ଲଞ୍ଚ ହୋଇଯାଇଥିବା ବେଳେ ଏହା ବର୍ତ୍ତମାନ ବ୍ୟବସାୟିକ ବ୍ୟବହାର ପାଇଁ ଉପଲବ୍ଧ ହୋଇଯାଇଛି। ଫ୍ଲାଇଙ୍ଗ୍ ବାଇକ୍ ଡିଜାଇନ୍ କରିଥିବା ସ୍ୱିଡେନ-ପୋଲାଣ୍ଡ କମ୍ପାନୀ ଜେଟସନ୍ କହିଛି ଯେ ଏହାର ଆରୋହୀ ଜେମ୍ସ ବଣ୍ଡ ପରି ଅନୁଭବ କରିବେ। ଏହା ଗତ ଅକ୍ଟୋବରରେ ଲଞ୍ଚ କରାଯାଇଥିବା ଏବଂ ବର୍ତ୍ତମାନ ଏହା ବ୍ୟବହାର ପାଇଁ ପ୍ରସ୍ତୁତ ବୋଲି ପ୍ରମାଣିତ ହୋଇଥିବା ଜେଟସନ୍ ପକ୍ଷରୁ କୁହାଯାଇଛି।

 ଜେଟସନ୍ ୱାନର ଓଜନ ମାତ୍ର ୮୬ କିଲୋଗ୍ରାମ ହୋଇଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ବ୍ୟାଟେରୀ ଚାର୍ଜିଂ ସମୟ ସହିତ ଏହା ୨୦ ମିନିଟ୍ ପର୍ଯ୍ୟନ୍ତ ଉଡିବା ପାଇଁ ସକ୍ଷମ ଅଟେ। ଏହି ଫ୍ଲାଇଙ୍ଗ ବାଇକଟି ୧୦୧ କିମି ପ୍ରତି ଘଣ୍ଟାର ସ୍ପିଡ଼ରେ ଚାଲିପାରିବ। ଏହି ଫ୍ଲାଇଂ ବାଇକ ପାଇଁ କୌଣସି ରନ୍ ୱେ ଦରକାର ପଡୁନଥିବା ବେଳେ ଓଲ୍ହାଇବା ପାଇଁ ମଧ୍ୟ ବଡ଼ ଜାଗା ଦରକାର ହେବ ନାହିଁ। ତେବେ, ଗୋଟିଏ ଫ୍ଲାଇଂ ବାଇକର ମୂଲ୍ୟ ୬୮,୦୦୦ ଡଲାର ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।