ଫେରାର ଛାତ୍ରୀଙ୍କ ମୋବାଇଲ ଫୋନରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ! WhatsApp ବ୍ଲକ ଲିଷ୍ଟରୁ ମିଳିଲା ୩୬ ପୁଅଙ୍କ ନମ୍ବର, ପୂରା ଘଟଣା ଜାଣି ହେବେ ତାଜୁବ୍

 

ପରୀକ୍ଷା ଦେବାକୁ ଯାଇ ଫେରାର ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ। ପୋଲିସ ଘଟଣାର ତଦନ୍ତ ସମୟରେ ଛାତ୍ରୀଙ୍କର ମୋବାଇଲ ଫୋନ ଚେକ୍ କରିଥିଲେ ଯେଉଁଥିରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ଛାତ୍ରୀ ଜଣକ ପ୍ରାୟ ୩୬ ଜଣ ପୁଅଙ୍କ ସହିତ ହ୍ୱାଟସଆପ ଜରିଆରେ କଥା ହୋଇଥିବା ବେଳେ ସମସ୍ତଙ୍କୁ ବ୍ଲକ କରି ଦେଇଥିବା କଥା ଜଣାପଡିଥିଲା।

ମିଳିଥିବା ସୂଚନା ଅନୁଯାଇ ନାବାଳିକା ଜଣକ ସହରର ଏକ ପ୍ରତିଷ୍ଠିତ ସ୍କୁଲରେ ପାଠ ପଢୁଥିଲେ। ଘଟଣା ଦିନ ସେ ବାର୍ଷିକ ପରୀକ୍ଷା ଦେବାପାଇଁ ଘରୁ ବାହାରିଥିଲେ। କିନ୍ତୁ, ସ୍କୁଲରୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ତରଫରୁ ପୋଲିସ ପାଖରେ ଏତଲା ଦିଆଯାଇଥିଲା। ତଦନ୍ତ ସମୟରେ ନାବାଳିକାଙ୍କ ଫୋନରୁ ଏଭଳି ତଥ୍ୟ ମିଳିବା ସହିତ ସେ ପରୀକ୍ଷା ଦେବାପାଇଁ ସ୍କୁଲକୁ ଯାଇନଥିବା ଜଣାପଡିଥିଲା। ପୋଲିସ ନାବାଳିକାର ସହପାଠୀ ମାନଙ୍କୁ ପଚରାଉଚରା କରିଛି।

ଏହାରି ଭିତରେ ପୋଲିସ ଜଣେ ଛାତ୍ରଙ୍କୁ ପଚରାଉଚରା କରିଥିଲା ଯିଏକି ଉକ୍ତ ଛାତ୍ରୀଙ୍କୁ ପସନ୍ଦ କରୁଥିବା ସ୍ୱୀକାର କରିଥିଲା। ସେ ନାବାଳିକାଙ୍କୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ରାଜି ଥିଲେ କିନ୍ତୁ ଏକାଧିକ ପୁଅଙ୍କ ସହିତ ସମ୍ପର୍କ ରଖିଥିବାରୁ ସେ ଦୂରେଇ ଯାଇଥିଲେ। ଅନ୍ୟପକ୍ଷରେ ଛାତ୍ରୀ ଜଣକ ଘରେ ମୋବାଇଲ ଫୋନ ଛାଡ଼ି ନିଜର ଫେସବୁକ ଫ୍ରେଣ୍ଡ ସହିତ ଫେରାର ହୋଇଯାଇଥିବା ଜଣାଯାଇଛି।