ଦେଖନ୍ତୁ ଭିଡ଼ିଓ: ଛାତିଥରା ଦୃଶ୍ୟ! ଚାହୁଁ ଚାହୁଁ ଟ୍ରେନ୍ ତଳେ ପଶି କଟିଗଲେ କନେଷ୍ଟବଳ, ଆଉ ତାପରେ...

 

କେତେବେଳେ କାହା ପାଇଁ କେଉଁଠି ମୃତ୍ୟୁ ଅପେକ୍ଷା କରି ରହିଥାଏ ତାହା ଅନୁମାନ କରିବା ଅସମ୍ଭବ ଅଟେ। ସୋସିଆଲ ମିଡିଆରେ ଏକ ଦୁଃଖଦ ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ପ୍ଲାଟଫର୍ମରେ ଠିଆ ହୋଇଥିବା ଜଣେ କନଷ୍ଟେବଳଙ୍କ ମୁଣ୍ଡ ବୁଲାଇବାରୁ ଟ୍ରେନ ଚକା ତଳେ ତାଙ୍କ ଜୀବନ ଚାଲିଯାଇଛି। ତେବେ, ଯେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଘଟଣାଟି ଆଗ୍ରା ରେଲୱେ ଷ୍ଟେସନରେ ଘଟିଯାଇଥିଲା। ଭାଇରାଲ ହେଉଥିବା ଭିଡ଼ିଓରେ କନଷ୍ଟେବଳ ଭାବରେ କାମ କରୁଥିବା ରେଗାଲ କୁମାର ସିଂହ ପ୍ଲାଟଫର୍ମରେ ଛିଡା ହୋଇଥିଲେ। ଟ୍ରେନଟି ଷ୍ଟେସନ ଦେଇ ଯାଉଥିବା ବେଳେ ରେଗାଲଙ୍କର ମୁଣ୍ଡ ବୁଲାଇ ଦେଇଥିଲା ଏବଂ ସେ ଟ୍ରେନ ତଳେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଟିଟିଇ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟତ ହୋଇଥିଲେ ହେଁ ସଫଳ ହୋଇ ପାରିନଥିଲେ। ଦେଖନ୍ତୁ ଭିଡ଼ିଓ:-