ରାତିରେ ବିବାହ ସରିଲା ସକାଳୁ ଭାଙ୍ଗିଲା, କନ୍ୟା କହିଲା- ବୁଢ଼ା ବର ସହ ଯିବିନି, ଆଉ ତାପରେ... ଜାଣନ୍ତୁ ପୂରା ଘଟଣା

 

ରାତିରେ ଧୂମଧାମରେ ହୋଇଥିଲା ବାହାଘର। କିନ୍ତୁ, ସକାଳୁ ବର ସହିତ ଶାଶୂଘରକୁ ଯିବା ପାଇଁ ସଫା ସଫା ମନା କରିଦେଲା କନିଆଁ। ଉତ୍ତର ପ୍ରଦେଶର ବାରାଣସୀ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କନ୍ୟା ତୁଳନାରେ ବରର ବୟସ ଅଧିକ ହୋଇ ଯାଇଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାଇ ରବିବାର କାଦୀପୁର ଖୁର୍ଦ ଗାଁର ଚୌହାନ ବସ୍ତିରେ ରାଜାବାବୁ ଚୌହାନଙ୍କ ଝିଅ କାଜଲଙ୍କର ବିବାହ ସାକେତନଗର ସଂକଟମୋଚନ ବାରାଣସୀର ସ୍ୱର୍ଗତ ପ୍ରଭୁ ଚୌହାନଙ୍କ ପୁଅ ସଂଜୟ ଚୌହାନଙ୍କ ସହିତ ହୋଇଥିଲା। ଜୟମାଳା ପିନ୍ଧାଇବା ସହିତ ସଞ୍ଜୟ ସ୍ତ୍ରୀ ମୁଣ୍ଡରେ ସିନ୍ଦୁର ମଧ୍ୟ ଦେଇଥିଲେ। କିନ୍ତୁ, ସକାଳୁ କାଜଲ ଶାଶୂଘରକୁ ଯିବାକୁ ମନା କରି ଦେଇଥିଲେ।

ଏପରିକି ଏହି ଘଟଣା ଗାଁ ପଞ୍ଚାୟତ ପାଖରେ ପହଞ୍ଚିଥିଲା। ସେଠାରେ ମଧ୍ୟ କାଜଲଙ୍କୁ କେହି ବୁଝାଇବାକୁ ସକ୍ଷମ ନ ହେବାରୁ ଏହି ବାହାଘର ଭାଙ୍ଗି ଯାଇଥିଲା। ଏହାପରେ ସଞ୍ଜୟଙ୍କୁ ବାଧ୍ୟ ହୋଇ ବରଯାତ୍ରୀ ସହିତ ଘରକୁ ଫେରିବାକୁ ପଡିଥିଲା।