ସିଙ୍ଗଲ୍ ପୁଅଙ୍କ ପାଇଁ ସୁଯୋଗ, ଭାରତର ଏହି ସହରରେ ଏବେ ଭଡ଼ାରେ ପୁଅଙ୍କୁ ବୟଫ୍ରେଣ୍ଡ୍ କରିପାରିବେ ଝିଅ, ଜାଣନ୍ତୁ ପୂରା ଖବର

 

ପ୍ରେମିକ ସହିତ ବ୍ରେକଅପ୍ ହୋଇଯାଇଛି କି? ପୁରୁଣା ପ୍ରେମକୁ ଭୁଲି ପାରୁନାହାଁନ୍ତି? ଏକା ଥିବା ସମୟରେ ମନର କଥା ବୁଝିବାକୁ କେହି ନଥିଲେ ଏଣିକି ଆପଣ ଟଙ୍କା ଦେଇ ବୟଫ୍ରେଣ୍ଡ ଭଡ଼ାରେ ନେଇ ପାରିବେ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ, ତାହା ପୁଣି କୌଣସି ପାଶ୍ଚାତ୍ୟ ଦେଶରେ ନୁହେଁ ବରଂ ବରଂ ଖୋଦ ଭାରତର ବାଙ୍ଗାଲୋର ଠାରେ ମିଳିପାରିବ।

ଆଜ୍ଞା ହଁ, ଷ୍ଟାର୍ଟଅପ୍ ର ସହର କୁହାଯାଉଥିବା ବାଙ୍ଗାଲୋର ଠାରେ ଲୋକେ କିଛି ବି ନୂଆ କରିବାକୁ ନିଶ୍ଚିତ ପ୍ରୟାସ କରିଥାନ୍ତି। ତେବେ, ଏଭଳି ହିଁ କିଛି ପ୍ରୟାସ ମଧ୍ୟରେ ଜନ୍ମ ନେଇଛି 'ToyBoy' ନାମକ ଏକ କମ୍ପାନୀ। ଏହି କମ୍ପାନୀ ଆପଣଙ୍କ ପାଇଁ ଭଡ଼ାରେ ବୟଫ୍ରେଣ୍ଡ ଯୋଗାଇ ଦେବ ବୋଲି ନିଜ ବିଜ୍ଞାପନରେ ଦର୍ଶାଇଛି। ଏଥିନେଇ ଗତ ଅଗଷ୍ଟ ୮ ତାରିଖରେ କମ୍ପାନୀ ତରଫରୁ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରାଯାଇଥିଲା।

ଏହି ପୋଷ୍ଟ ଦେଖିବା ପରେ ଏହାକୁ ନେଇ ସୋସିଆଲ ମିଡିଆ, ଗଣମାଧ୍ୟମ ଏବଂ ଖାସ୍ କରି ନେଟିଜେନ୍ସଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ହେଉଛି। ଯେତେବେଳେ ଆପଣ ନିଜକୁ ଏକା ମନେ କରୁଛନ୍ତି କାହା ସହିତ ନିଜର ହୃଦୟର କଥା ବାଣ୍ଟିବାକୁ ଚାହୁଁଛନ୍ତି। କିନ୍ତୁ, ନିଜ ଲୋକଙ୍କୁ କହିପାରୁନାହାଁନ୍ତି। ସେହିଭଳି ସମୟ ପାଇଁ ToYBoY ନିଜର ସେବା ଉପଲବ୍ଧ କରାଇଥାଏ। ତେବେ, ToYBoY ନିଜକୁ ପ୍ରେମିକ ଭଡ଼ାରେ ଦେଉଥିବା ଦେଶର ସବୁଠାରୁ ବିଶ୍ୱସ୍ତ ପୋର୍ଟାଲ ଭାବରେ ଉଲ୍ଲେଖ କରିଛି।