ଦେଖନ୍ତୁ ଭିଡ଼ିଓ: ନିଜ ଦେଶର ସୁରକ୍ଷା ପାଇଁ ହାତରେ ବନ୍ଧୁକ ଧରିଲେ ଚାମ୍ପିୟନ ବକ୍ସର, ଭିଡ଼ିଓ ମାଧ୍ୟମରେ କହିଲେ, ମୁଁ...

 

ଋଷ ଏବଂ ୟୁକ୍ରେନ ଭିତରେ ଯୁଦ୍ଧକୁ ବର୍ତ୍ତମାନ ବିତି ସାରିଲାଣି ୪ ଦିନ। ଋଷର ବୋମା ଏବଂ ବାଲିଷ୍ଟିକ ମିସାଇଲ ଆକ୍ରମଣରେ ୟୁକ୍ରେନ ଛାତି ଥରହର ହୋଇ ଉଠିଥିବା ବେଳେ ହାରମାନିନାହିଁ ୟୁକ୍ରେନ। ଏଭଳି ଯୁଦ୍ଧକାଳୀନ ପରିସ୍ଥିତିରେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ରାଜଧାନୀ କିଭ୍ ଛାଡିନଥିବା ବେଳେ ଜନସାଧାରଣଙ୍କୁ ଅସ୍ତ୍ର ଉଠାଇବା ପାଇଁ ଆହ୍ୱାନ ଦେଇଛନ୍ତି।

ଏଭଳି ପରିସ୍ଥିତିରେ ଏକ ଫୋଟୋ ଖୁବ ଭାଇରାଲ ହେଉଛି ଯେଉଁଥିରେ ପୂର୍ବତନ ବକ୍ସିଂ ବିଶ୍ୱ ଚାମ୍ପିୟନ ଭିଟାଲି କ୍ଲିଚସ୍କୋ ଯୁଦ୍ଧ ପାଇଁ ହତିଆର ଉଠାଇଥିବା ଦେଖିବାକୁ ମିଳିଛି। ନିଜ ସମୟର ଚାମ୍ପିୟନ ବକ୍ସର ଥିବା ଭିଟାଲି କିଭ୍ ର ମେୟର ରହି ଆସିଛନ୍ତି। କିଭ୍ ଉପରେ ସବୁଠାରୁ ଅଧିକ ଆକ୍ରମଣ ହେଉଥିବା ସମୟରେ ଭିଟାଲି ଏକ ମେସିନଗନ୍ ସହିତ ଫୋଟୋ ପୋଷ୍ଟ କରିଛନ୍ତି।

କେବଳ ଏତିକି ନୁହେଁ ଭିଟାଲି ଓ ତାଙ୍କ ଭାଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଭିଟାଲି କହିଛନ୍ତି ଯେ,"ଋଷ ଆମ ଦେଶ ଉପରେ ଆକ୍ରମଣ କରିଛି। ଏହି ଯୁଦ୍ଧରେ କେହି ବିଜୟୀ ହେବା ଭଳି ଦେଖାଯାଉନି ବରଂ ସମସ୍ତେ ଏଥିରେ ପରାଜିତ ହିଁ ହେବେ"। ଏଥିସହିତ ଋଷର ଏକଛତ୍ରବାଦ ନୀତିକୁ ସମଗ୍ର ଦେଶ ବିରୋଧ କରିବା ଉଚିତ ବୋଲି ସେ କହିଛନ୍ତି। ଦେଖନ୍ତୁ ଭିଡ଼ିଓ:-