ସାଉଦି ଆରବରେ ଗୋଟିଏ ଦିନରେ ୮୧ ଜଣଙ୍କୁ ଏକାସାଙ୍ଗରେ ଦିଆଗଲା ଫାଶି, ଅପରାଧ ବିଷୟରେ ଜାଣି ହେବେ ତାଜୁବ୍

 

ଅପରାଧିଙ୍କୁ ମିଳିଲା ଉଚିତ ଶାସ୍ତି, ବିଭିନ୍ନ ସଙ୍ଗୀନ ଅପରାଧରେ ସଂଶ୍ଲିଷ୍ଟ ଥିବା ୮୧ ଜଣ ଅପରାଧିଙ୍କୁ ଗୋଟିଏ ଦିନରେ ଦିଆଗଲା ଫାଶି। ସାଉଦି ଆରବ ଠାରେ ଏଭଳି ଏକ ଘଟଣା ଘଟିଥିବା ଜଣାଯାଇଛି। ସ୍ଥାନୀୟ ସାଉଦି ପ୍ରେସ ଅନୁଯାଇ ସାଉଦି ଆରବର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଶନିବାର ଦିନ ସମସ୍ତଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛି।

ମିଳିଥିବା ସୂଚନା ଅନୁଯାଇ ଫାଶି ଦଣ୍ଡ ପାଇଥିବା ୮୧ ଜଣଙ୍କ ମଧ୍ୟରୁ ଅଧିକାଂଶ ୟମନର ନାଗରିକ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆତଙ୍କବାଦୀ ସଂଘଠନ ଅଲକାଏଦା ଏବଂ ଆଇଏସଆଇଏସ ସହିତ ସଂଶ୍ଲିଷ୍ଟ ଥିବାବେଳେ ଅନ୍ୟମାନଙ୍କ ନାମରେ ହତ୍ୟାକାଣ୍ଡ ଏବଂ ବଳାତ୍କାର ପରି ଗୁରୁତର ଅଭିଯୋଗ ରହିଥିଲା। ସମସ୍ତେ ଧାର୍ମିକ ସ୍ଥଳ ଏବଂ ସରକାରୀ ସଂସ୍ଥାକୁ ଟାର୍ଗେଟ୍ କରୁଥିବା କୁହାଯାଉଛି।

କେବଳ ଏତିକି ନୁହେଁ ଏମାନେ ସାଉଦି ଆରବର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ହତ୍ୟା କରିବା ଏବଂ ଲ୍ୟାଣ୍ଡମାଇନ୍ ବିଛାଇବାରେ ମଧ୍ୟ ସମ୍ପୃକ୍ତ ରହିଥିବା କୁହାଯାଉଛି। ସାଉଦି ଆରବ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିବା ଅନୁଯାଇ ତଳ କୋର୍ଟ ଏବଂ ସୁପ୍ରିମକୋର୍ଟ ସମସ୍ତ ଦୋଷୀଙ୍କ ମୃତ୍ୟୁଦଣ୍ଡ ଉପରେ ମୋହର ମାରିଥିଲେ। ଯାହାପରେ ସମସ୍ତଙ୍କୁ ଫାଶି ଖୁଣ୍ଟରେ ଚଢାଇ ଦିଆ ଯାଇଥିଲା।