ମାତ୍ର ୭ ବର୍ଷ ବୟସରେ ଖେଳକୁଦ ଛାଡ଼ି ଜୋମାଟୋ ବୟ ସାଜିଛି ଏହି ନାବାଳକ, କାରଣ ଜାଣି ହେବେ ଦୁଃଖିତ

 

ଯେଉଁ ବୟସରେ ପାଠପଢ଼ିବା ଏବଂ ଖେଳକୁଦ କରିବା କଥା ସେହି ବୟସରେ ପରିବାରର ଦାୟିତ୍ୱ ସମ୍ଭାଳିଛି କୁନି ପୁଅ। ମାତ୍ର ୭ ବର୍ଷ ବୟସରେ ସାଇକେଲ ଧରି ଜୋମାଟୋ ବୟ ସାଜିଥିବା ଏହି ପିଲାଟିର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏକ ଦୁର୍ଘଟଣା ପରେ ବାପା କାମକୁ ଯାଇ ପାରୁନଥିବାରୁ ପରିବାରର ସମସ୍ତ ବୋଝ ସମ୍ଭାଳୁଛି ଏହି କୁନି ପୁଅ।

ସବୁଠାରୁ ବଡ଼ କଥା ହେଉଛି ଏତେ ଝଡ଼ ଝଞ୍ଜା ସତ୍ତ୍ୱେ ପିଲାଟି ନିଜର ସ୍ୱପ୍ନକୁ ଭୁଲି ଯାଇନାହିଁ। ଦିନରେ ସେ ବହି ବସ୍ତାନୀ ଧରି ସ୍କୁଲକୁ ପାଠ ପଢିବାକୁ ଯାଉଥିବା ବେଳେ ସନ୍ଧ୍ୟା ସମୟରେ ଜୋମାଟୋ ବ୍ୟାଗ୍ ଧରି ଖାଦ୍ୟ ବିତରଣ କରୁଥିବା ଦେଖିବାକୁ ମିଳିଛି। ସାଙ୍ଗମାନେ ସ୍କୁଲ ଛୁଟି ହେବାପରେ ଖେଳିବାକୁ ବାହାରି ଯାଉଥିବା ବେଳେ ଏହି ପିଲାଟି ନିଜର ପରିବାର ପୋଷିବା ପାଇଁ ରାତି ୧୧ ପର୍ଯ୍ୟନ୍ତ ଖାଦ୍ୟ ଡେଲିଭେରୀ କରୁଥିବା ଜଣାପଡ଼ିଛି।