ଅଜବ୍ ଏକ ପ୍ରେମ କାହାଣୀ! ୨୬ ବର୍ଷୀୟ ଯୁବକଙ୍କ ସହିତ ଲିଭ୍-ଇନ୍ ରେ ରହୁଛନ୍ତି ୬୭ ବର୍ଷୀୟା ବୃଦ୍ଧା, ଦୁହିଁଙ୍କ ପ୍ରେମ ସମ୍ପର୍କରେ ଜାଣି ହେବେ ତାଜୁବ୍

 

କୁହାଯାଏ ପ୍ରେମ ଯେକୌଣସି ବୟସରେ ହୋଇପାରେ, ମନ ମିଶିଲେ ପ୍ରେମର ଶୁଭାରମ୍ଭ ହୋଇଥାଏ ଏଥିପାଇଁ ପୁଅ କିମ୍ବା ଝିଅକୁ କେତେ ବୟସ ତାହା ଉପରେ ସେମାନଙ୍କର ନିଘା ନଥାଏ। ଏହାକୁ ଆଧାର କରି ଗ୍ୱାଲିଅର ଠାରେ ଏକ ଅଦ୍ଭୁତ ଏବଂ ମଜାଦାର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୬୭ ବର୍ଷୀୟା ମହିଳାଙ୍କୁ ୨୬ ବର୍ଷୀୟ ଯୁବକଙ୍କ ସହିତ ପ୍ରେମ ହୋଇଯାଇଛି। କେବଳ ଏତିକି ନୁହେଁ ବରଂ ଉଭୟେ ଲିଭ୍ ଇନ୍ ରିଲେସନଶିପ୍ ରେ ରହିବା ପାଇଁ ମନସ୍ଥ କରିଛନ୍ତି।

୬୭ ବର୍ଷୀୟା ମହିଳାଙ୍କ ନାମ ରାମକାଲୀ ହୋଇଥିବା ବେଳେ ଯୁବକଙ୍କ ନାମ ଭୋଳା ବୋଲି ଜଣାପଡ଼ିଛି। ଉଭୟେ ପରସ୍ପରକୁ ଭଲପାଉଥିଲେ ହେଁ ବିବାହ କରିବା ପାଇଁ ଚାହୁଁନାହାଁନ୍ତି ତେଣୁ ସେମାନେ ଲିଭ୍-ଇନ୍ ପାଇଁ ଗ୍ୱାଲିଅର କୋର୍ଟର ଦ୍ୱାରସ୍ତ ହୋଇଥିଲେ। ଆଡଭୋକେଟ୍ ଦିଲୀପ ଅୱସ୍ତିଙ୍କ ମାଧ୍ୟମରେ ସେମାନେ କୋର୍ଟରେ ଏଥିପାଇଁ ନୋଟାରୀ ମଧ୍ୟ କରାଇଛନ୍ତି।

ଦିଲୀପଙ୍କ କହିବା ଅନୁଯାଇ ଉଭୟେ ସାଥି ହୋଇ ଲିଭ୍-ଇନ୍ ରେ ରହିବାକୁ ଚାହୁଁଥିଲେ ହେଁ ଆଗକୁ ଯେପରି ଏହାକୁ ନେଇ କୌଣସି ପ୍ରକାର ଅସୁବିଧା ନ ହେଉ। ସେଥିପାଇଁ ଉଭୟେ କୋର୍ଟକୁ ଆସି ନୋଟରୀ କରାଇଛନ୍ତି। ଅବଶ୍ୟ ଏହି ଦସ୍ତାବିଜ୍ ଆଗାମୀ ଦିନରେ କାନୁନ୍ ର ସ୍ୱୀକୃତି ଲାଭ କରିବ ନାହିଁ। ବୃଦ୍ଧା ଏବଂ ଯୁବକଙ୍କର ଏଭଳି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢିଛି।