ବିବାହ କରିବାକୁ ମନା କରିବାରୁ ଜଣେ ଯୁବକଙ୍କ ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ୬ ଯୁବତୀ! ୩ ମୃତ, ଜାଣନ୍ତୁ ପୂରା ଘଟଣା

 

ପ୍ରେମ ପାଇଁ ଯୁବକ ଯୁବତୀ ନିଜ ଜୀବନ ହାରି ଦେଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ। କିନ୍ତୁ, ଆମ୍ଭେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ସେଥିରେ ଜଣେ ଯୁବକଙ୍କ ପାଇଁ ୬ ଜଣ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କେବଳ ଏତିକି ନୁହେଁ ସେମାନଙ୍କ ମଧ୍ୟରୁ ୩ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି।

ବିହାରର ଔରଙ୍ଗାବାଦ ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ପୋଲିସ କହିବା ଅନୁଯାଇ ଏଠାକାର ଜଣେ ଯୁବତୀ ତାଙ୍କ ଭାଇଙ୍କ ଶଳା ସହିତ ପ୍ରେମ ସମ୍ପର୍କ ରହିଥିଲା। ଏଥିନେଇ ଯୁବତୀ ଜଣକ ନିଜ ସାଙ୍ଗମାନଙ୍କ ସହିତ ଉକ୍ତ ଯୁବକଙ୍କୁ ବିବାହ ପ୍ରସ୍ତାବ ଦେବାକୁ ଯାଇଥିଲେ। କିନ୍ତୁ, ଯୁବକ ଜଣକ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଥିଲେ।

ଏହାପରେ ସେମାନେ ନିଜ ଘରକୁ ଫେରି ଆସିଥିଲେ। ଏହାପରେ ଯୁବତୀ ଆତ୍ମହତ୍ୟା କରିବା ଉଦେଶ୍ୟରେ ବିଷ ପିଇଦେଇଥିଲେ ପରେ ପରେ ତାଙ୍କର ଅନ୍ୟ ୫ ସାଙ୍ଗ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଆଉ ୩ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ମଗଧ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।