ଜାଣନ୍ତୁ ଦୁନିଆର ୬ 'ଭିକାରୀ' ଦେଶର କାହାଣୀ: କେଉଁଠି ଲଙ୍କା କିଲୋ ୭୦୦ ଟଙ୍କା ତ କେଉଁଠି ୫ଟି ଟମାଟୋର ମୂଲ୍ୟ ୫ ଲକ୍ଷ

 

ଗତ ଦୁଇବର୍ଷ ଧରି ବିଶ୍ୱ ଉପରେ ହୋଇଥିବା କରୋନା ମାଡ଼ କେବଳ ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା ନୁହେଁ ବରଂ ଅର୍ଥନୀତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଛି। କରୋନା ଆମେରିକା ଓ ଭାରତ ଭଳି ଦେଶ ଗୁଡିକର ଅର୍ଥବ୍ୟବସ୍ଥା ଦୋହଲାଇ ଦେଇଥିବା ବେଳେ ଏପରି ଅନେକ ଦେଶ ମଧ୍ୟ ରହିଛନ୍ତି ଯେଉଁମାନଙ୍କ ପାଇଁ କାଙ୍ଗାଳ ହେବା ପରିସ୍ଥିତିରେ ସୃଷ୍ଟି ହୋଇଛି। ତେବେ, ଆସନ୍ତୁ ଜାଣିବା ଏହିପରି କିଛି ଦେଶ ଏବଂ ସେମାନଙ୍କ ଅର୍ଥବ୍ୟବସ୍ଥାକୁ ନେଇ କିଛି ରୋଚକ ତଥ୍ୟ:-

୧. ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଚୀନ ଠାରୁ ନେଇଥିବା ଋଣକୁ ନେଇ ବେସ୍ ଚିନ୍ତାଗ୍ରସ୍ତ ରହିଛି। ଏହାପରେ ପରେ କରୋନା ମାଡ଼ ଦେଶର ଆର୍ଥିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ହାର ଗତ ଏକ ମାସ ଭିତରେ ୧୫ ପ୍ରତିଶତ ବଢ଼ିଥିବା ବେଳେ ଏଠାରେ କଞ୍ଚା ଲଙ୍କା କିଲୋ ପ୍ରତି ୭୦୦ ଟଙ୍କା ଏବଂ ଆଳୁ କିଲୋ ପ୍ରତି ୨୦୦ ଟଙ୍କାରେ ପହଞ୍ଚିଯାଇଛି।

୨. ପଡ଼ୋଶୀ ଦେଶ ପାକିସ୍ତାନର ଅର୍ଥନୀତି ମଧ୍ୟ ସମାନ ଅବସ୍ଥାରେ ପହଞ୍ଚିଛି। ଏଠାରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫୬୦ ଟଙ୍କା ଓ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯,୮୪୭ ଟଙ୍କା ରହିଛି। ସେହିଭଳି ଭାବରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୪୫.୮୨ ପଇସା ଏବଂ କ୍ଷୀର ଲିଟର ପ୍ରତି ୧୪୦ ଟଙ୍କାରେ ପହଞ୍ଚି ସାରିଲାଣି।

୩. ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ବିଷୟରେ ତ ଆପଣମାନେ ନିଶ୍ଚିତ ଯାଇଥିବେ। କିନ୍ତୁ, ଏଠାରେ ମଧ୍ୟ ଅର୍ଥନୀତି ବ୍ୟବସ୍ଥା ଖରାପ ସମୟ ଦେଇ ଗତି କରୁଛି। ଭେନେଜୁଏଲାରେ ମୁଦ୍ରାସ୍ଫୀତି ହାର ୯୨,୯୭୮.୫ ପ୍ରତିଶତରେ ପହଞ୍ଚିଯାଇଛି। ଏପରିକି ଏଠାରେ ୫ ଟି ଟମାଟୋର ମୂଲ୍ୟ ୫୦ ଲକ୍ଷ ବଲିଭର୍ ରେ ପହଞ୍ଚିଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଲିଭର୍ ଭେନେଜୁଏଲାର ମୁଦ୍ରା ଅଟେ।

୪. ବେଲିଜ ଆମେରିକାରେ ଅବସ୍ଥିତ ଏକ ଛୋଟ ଦେଶ ଅଟେ। ଏଠାକାର ଜନସଂଖ୍ୟା ମାତ୍ର ୩,୬୦,୦୦୦ ହୋଇଥିବା ବେଳେ ଜିଡିପି ୧.୮ ବିଲିୟନ ଡଲାର ସହିତ ଏହି ଦେଶ ଦୁନିଆର ସବୁଠାରୁ କମ ଅର୍ଥନୀତି ଥିବା ଦେଶ ଅଟେ।

୫. ପ୍ରାଚୀନ ସଭ୍ୟତାକୁ ନେଇ ବେସ୍ ଚର୍ଚ୍ଚାରେ ରହୁଥିବା ଗ୍ରୀସର ଅର୍ଥନୀତି ବେସ୍ କିଛି ବର୍ଷ ହେବ ଖରାପ ସ୍ଥିତିରେ ରାହିଛି। ୨୦୦୮ ରେ ହୋଇଥିବା ବିଶ୍ୱ ଆର୍ଥିକ ସଙ୍କଟରେ ଗ୍ରୀସ୍ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ଆନୁମାନିକ ବେକାରୀ ହାର ୨୪ ରୁ ୨୫ ପ୍ରତିଶତ ଭିତରେ ରହିଥାଏ। ୨୦୧୨ ମସିହାରେ ଗ୍ରୀସ ଉପରେ ୧୩୮ ବିଲିୟନ ଡଲାରର ଋଣ ରହିଥିଲା ଯାହାକୁ ଏହି ଦେଶ ଫେରାଇ ପାରିନଥିଲା।

୬. ଫୁଟବଲ ପ୍ରେମୀମାନେ ଆର୍ଜେଣ୍ଟିନାର ନାମ ନିଶ୍ଚିତ ଭାବରେ ଶୁଣିଥିବେ। କିନ୍ତୁ, ଏଠାରେ କହି ରଖୁଛୁ ଯେ ଏଠାରେ ବେକାରୀ ସମସ୍ୟା ଏତେ ଅଧିକ ଯେ ଶେଷରେ ଲୋକେ ଏଥିପାଇଁ ରାସ୍ତାରେ ହିଂସା କରିବା ପାଇଁ ବାଧ୍ୟ ହୋଇଥିଲେ। ଏପରିକି ୨୦୦୧ରେ ଆର୍ଜେଣ୍ଟିନା ନିଜରର ଋଣଦାତାମାନଙ୍କୁ ଋଣ ପରିଶୋଧ କରିବାକୁ ମନା କରିଦେଇଥିଲା ଯାହା ସେମାନଙ୍କ ପାଇଁ ଦୁଃସ୍ବପ୍ନ ପାଲଟି ଯାଇଥିଲା।