ପ୍ରେମ ଆଗରେ ହାର ମାନିଲା ବୟସ! ୫୬ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିଲେ ୨୯ ବର୍ଷୀୟା ମହିଳା, ପୂରା ଘଟଣା ଜାଣି ହେବେ ତାଜୁବ୍
୫୬ ବର୍ଷୀୟ ବରକୁ ବିବାହ କରିଲେ ୨୯ ବର୍ଷୀୟା ମହିଳା। ପ୍ରେମ ଆଗରେ ଜାତି, ଧର୍ମ ଏବଂ ବୟସ ସେପରି କିଛି ମହତ୍ୱ ରଖୁନଥିବା ଏହି ନବବିବାହିତ ଦମ୍ପତ୍ତି ପ୍ରମାଣ କରି ଦେଖାଇଛନ୍ତି। ପାକିସ୍ତାନରେ ଏଭଳି ଘଟଣା ଘଟିଥିବା ବେଳେ ସେଠାକାର ଜାତୀୟ ଗଣମାଧ୍ୟମରେ ଏହି ପ୍ରେମ କାହାଣୀ ବେସ୍ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏହି ଦମ୍ପତ୍ତି ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ନିଜ ପ୍ରେମ କାହାଣୀ ବଖାଣିଛନ୍ତି।
ମିଳିଥିବା ସୂଚନା ଅନୁଯାଇ ବ୍ୟକ୍ତି ଜଣକ ପାକିସ୍ତାନ ରେଳବାଇ ବିଭାଗରେ ଚାକିରୀ କରିଥିଲେ। ଘରେ ପତ୍ନୀଙ୍କ ସହିତ ୩ଟି ସନ୍ତାନ ମଧ୍ୟ ଥିଲେ କିନ୍ତୁ କୌଣସି ପ୍ରକାର ରୋଗଗ୍ରସ୍ତ ହୋଇ ପ୍ରଥମ ପତ୍ନୀଙ୍କର ଦେହାନ୍ତ ହୋଇ ଯାଇଥିଲା। ଏହାପରଠାରୁ ଏକା ପିଲାମାନଙ୍କୁ ପୋଷିବା ତାଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇ ପଡ଼ିଥିଲା।
ଅନ୍ୟପକ୍ଷରେ ୨୯ ବର୍ଷୀୟା ମହିଳା ଜଣକ ମଧ୍ୟ ପୂର୍ବରୁ ବିବାହ କରି ସାରିଥିଲେ। କିନ୍ତୁ, ପାରିବାରିକ କଳହ ହେତୁ ତାଙ୍କ ସ୍ୱାମୀ ତାଙ୍କୁ ଛାଡପତ୍ର ଦେଇ ଦେଇଥିଲେ। ତେବେ, ଛାଡପତ୍ର ହୋଇସାରିବା ପରେ ଏହି ମହିଳାଙ୍କର ୫୯ ବର୍ଷୀୟ ବୃଦ୍ଧଙ୍କ ସହିତ ଦେଖା ହୋଇଥିଲା। ଉଭୟେ ଉଭୟଙ୍କୁ ପସନ୍ଦ କରିବାରୁ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ, ପ୍ରଥମେ ଦ୍ୱିତୀୟ ପତ୍ନୀଙ୍କୁ ବ୍ୟକ୍ତିଙ୍କ ତିନି ଝିଅ ସହଜରେ ଗ୍ରହଣ କରିନଥିଲେ। କିନ୍ତୁ, ପରେ ସେମାନେ ମଧ୍ୟ ତାଙ୍କୁ ଗ୍ରହଣ କରି ନେଇଥିବା ଏବଂ ସେମାନଙ୍କ ସଂସାର ଠିକ ଚାଲିଥିବା ଜଣାଯାଇଛି।