ଅଜବ୍ ସଂଯୋଗ! ଏକାସାଙ୍ଗରେ ଗର୍ଭବତୀ ହେଲେ ଗୋଟିଏ ଡାକ୍ତରଖାନାର ୧୧ ନର୍ସ, କେମିତି ହେଲେ ଜାଣି ହୋଇଯିବେ ତାଜୁବ୍

 

କୌଣସି ପରିବାରର ଦୁଇଜଣ ସଦସ୍ୟ ଏକାସହିତ ଗର୍ଭବତୀ ହେବା ଖବର ଶୁଣିଥିବେ। କିନ୍ତୁ, ଏକ ଡାକ୍ତରଖାନାର ୧୧ ଜଣ ନର୍ସ ଏକାସହିତ ଗର୍ଭବତୀ ହୋଇଯିବା ଖବର ବର୍ତ୍ତମାନ ସମସ୍ତଙ୍କୁ ଚକିତ କରି ଦେଇଛି। କଥାଟି ଶୁଣିବାକୁ କୌଣସି ଏକ ଚଳଚିତ୍ରର କାହାଣୀ ପରି ଲାଗୁଥିଲେ ହେଁ ଆମେରିକାର ମିସୌରୀର ଏକ ହସ୍ପିଟାଲ୍‌ରେ ଏଭଳି ଘଟଣା ଘଟିଯାଇଛି।

ମିଳିଥିବା ସୂଚନା ଅନୁଯାଇ ଏହି ଡାକ୍ତରଖାନାର ୧୧ ଜଣ ନର୍ସ ଏକାସହିତ ଗର୍ଭବତୀ ହୋଇଛନ୍ତି। ସେମାନେ ଚଳିତବର୍ଷ ଜୁଲାଇ ରୁ ନଭେମ୍ବର ମାସ ଭିତରେ ଗର୍ଭବତୀ ହୋଇଥିବା ଜାଣିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସମସ୍ତ ୧୧ ଜଣ ନର୍ସ ଗୋଟିଏ ଲେବର୍‌ ଆଣ୍ଡ୍‌ ଡେଲିଭରି ଡିପାର୍ଟମେଣ୍ଟ୍‌ର କର୍ମଚାରୀ ବୋଲି ଜଣାପଡ଼ିଛି।

ଏହି ଖବର ଜଣାପଡ଼ିବା ପରେ ଡାକ୍ତରଖାନାର ଅନ୍ୟ ସମସ୍ତ କର୍ମଚାରୀ ଖୁସି ଥିବା ଜଣାଯାଇଛି। ପୂର୍ବଜନ୍ମରୁ ଏମାନଙ୍କର କୌଣସି ପ୍ରକାର ସଂଯୋଗ ଥିବା ଏହି ନର୍ସମାନେ କହିଛନ୍ତି। ଗୋଟିଏ ଜାଗାରେ ଚାକିରୀ କରିବା ଏବଂ ଏକା ସହିତ ଗର୍ଭବତୀ ହେବା ଏକ ବହୁତ ବଡ଼ ସଂଯୋଗ ଏବଂ ସେମାନଙ୍କ ପାଇଁ ଏକ ଶୁଭ ସଂକେତ ବୋଲି ସମସ୍ତେ ବିଶ୍ୱାସ କରିଛନ୍ତି।