୫ ହଜାର କୋଟିରୁ ଅଧିକ ଦାନ ମିଳିଲାଣି ରାମ ମନ୍ଦିରକୁ, ଟଙ୍କାରେ ହେବ ଏହିସବୁ କାମ, ଜାଣନ୍ତୁ ପୁରା ଖବର
ତେବେ ସୂଚନା ଅନୁସାରେ ରାମ ମନ୍ଦିରରେ ପ୍ରାୟ ୧୦୦ କେଜି ସୁନାର ୪୨ ଟି କବାଟ ଲାଗିବାର ଯୋଜନା ରହିଛି । ନିକଟରେ ରାମ ମନ୍ଦିର ଗର୍ଭ ଗୃହର ପ୍ରଥମ ସୁନା କବାଟର ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା । ଯାହା ଦେଖିବାକୁ ବେଶ୍ ଆକର୍ଷିତ ଥିଲା ।
Follow our WhatsAPP Channel and get all the latest news
ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ କି , ଜାନୁୟାରୀ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଥିବା ରାମ ମନ୍ଦିରରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଯାଉଛନ୍ତି । ଏଥି ସହିତ ଦେଶର ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେବେ । ଏହି ସମାହାରକୁ ବିଶେଷ ଭାବେ ଦେଶର କୋଣ ଅନୁକୋଣରୁ ମୁନି ଋଷି ମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆ ଯାଇଛି ।
ଭବ୍ୟ ଶ୍ରୀମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି "ଜୟ ଶ୍ରୀ ରାମ" ନାରା । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି।