ଇନଷ୍ଟା ରିଲ୍ସ ସେୟାର କରିବାର ସଠିକ ସମୟ, ଏହି ସମୟରେ ଛାଡ଼ନ୍ତୁ ରିଲ୍ସ ହେବ ଭାଇରାଲ୍

 

ଆସନ୍ତୁ ଜାଣିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରିଲ୍ସ କେଉଁ ସମୟରେ ଅପଲୋଡ କରିବେ । ବର୍ତ୍ତମାନ ସୋସିଆଲ ମିଡିଆ ଯୁଗ, ଭିଡିଓ ପୋଷ୍ଚ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରୁଛନ୍ତି ଆଜିର ଯୁବ ସମାଜ । ସୋସିଆଲ ମିଡିଆର ଏହି ତାଲିକାରେ ଇନଷ୍ଟାଗ୍ରାମ ମଧ୍ୟ ସାମିଲ ଅଛି, ଯାହା ଆଜିକା ତାରିଖରେ ପ୍ରିୟ ଆପ୍ ମଧ୍ୟରୁ ଗୋଟେ । 

ଲୋକମାନେ ଇନଷ୍ଟାଗ୍ରାମରେ ସେମାନଙ୍କର ଫଟୋ ପୋଷ୍ଟ କରନ୍ତି ଏବଂ ରିଲ୍ ମଧ୍ୟ ଅପଲୋଡ୍ କରନ୍ତି । ହେଲେ ଆପଣ ଜାଣିଛନ୍ତି ରିଲ୍ କିମ୍ବା ଫଟୋ ସେୟାର କରିବାର ଏକ ଉପଯୁକ୍ତ ସମୟ ରହିଛି । ଏହି ସମୟରେ ରିଲ୍ କିମ୍ବା ଫଟୋ ପୋଷ୍ଟ କରିବା ଦ୍ୱାରା ଆପଣଙ୍କ ଦର୍ଶକଙ୍କ ସଂଖ୍ୟା ଅର୍ଥାତ୍ ଅଧିକ ଭ୍ୟୁଜ୍ ଆସିପାରିବ । ରିଲସ୍ କିମ୍ବା ଫଟୋ ପୋଷ୍ଟ କରିବା ପାଇଁ ଉପଯୁକ୍ତ ସମୟ ହେଉଛି। 

ସକାଳ ୭-୯ ଟା ସମୟ ମଧ୍ୟରେ ପୋଷ୍ଟ କରିବା ପାଇଁ ଏକ ଭଲ ସମୟ ହୋଇପାରେ କାରଣ ଅନେକ ଲୋକ ସକାଳେ ସୋସିଆଲ୍ ମିଡିଆ ଦେଖିବା ପସନ୍ଦ କରନ୍ତି । ଫଳରେ ଆପଣଙ୍କ ୟୁଜର୍ସ ବଢି ପାରନ୍ତି । ସେହିଭଳି ଅପରାହ୍ନ ୧୨ଟା ରୁ ୧ ଟା ମଧ୍ୟରେ ପୋଷ୍ଟ କରିବା ଏକ ଭଲ ସମୟ । କାରଣ ଏହି ସମୟେ ସାଧାରଣତଃ ଲୋକ ମାନେ ଅପରାହ୍ନ ଖାଦ୍ୟ ଖାଇଥାନ୍ତି ଏବଂ ଅଫିସର ଲଞ୍ଚ ବ୍ରେକ୍ ମଧ୍ୟ ରହିଥାଏ । 

ଏହି ସମୟରେ ଲୋକମାନେ ମାତ୍ରାଧିକ ଫୋନ୍ ବ୍ୟବହାର କରନ୍ତି । ସେହିପରି ସନ୍ଧ୍ୟା ୫-୭ ଟା ସମୟ ମଧ୍ୟରେ ମଧ୍ଯ ଜଣେ ପୋଷ୍ଟ କରିବା ଏକ ଭଲ ସମୟ । କାରଣ ଏହି ସମୟରେ ଲୋକମାନେ କାମ ପରେ ସନ୍ଧ୍ୟା ସମୟରେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଚେକ୍ କରନ୍ତି । ଶନିବାର ଅପରାହ୍ନ ଏବଂ ରବିବାର ସକାଳ ପୋଷ୍ଟ କରିବା ପାଇଁ ଭଲ ସମୟ ।