ନୂଆବର୍ଷ ପାଇଁ ବଡ ଘୋଷଣା କଲା ରିଲାଏନ୍ସ ଜିଓ, ଆସିଲା ୨ଟି ନୂଆ ଶସ୍ତା ପ୍ଲାନ୍, ଜାଣନ୍ତୁ ପ୍ଲାନ ବିଷୟରେ

 

ବ୍ୟବସାୟୀ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଅଛନ୍ତି । ତାଙ୍କ କମ୍ପାନୀ ରିଲାଏନ୍ସ ଜିଓ ଭାରତର ଜଣାଶୁଣା ଟେଲିକମ୍ କମ୍ପାନୀ। ତେବେ ରିଲାଏନ୍ସ ଜିଓର ରିଚାର୍ଜ ପ୍ଲାନ୍‌କୁ ନେଇ ସବୁବେଳେ ଚର୍ଚ୍ଚା। ଜିଓର ନେଟୱାର୍କ ଦେଶର ପ୍ରତ୍ୟେକ କୋଣରେ ଉପଲବ୍ଧ, ତେଣୁ ଅଧିକାଂଶ ଲୋକ Jioର ନମ୍ବର ବ୍ୟବହାର କରନ୍ତି। 

ଏୟାରଟେଲ ତୁଳନାରେ ରିଲାଏନ୍ସ ଜିଓର ରିଚାର୍ଜ ପ୍ଲାନ୍ ଶସ୍ତା। ରିଲାଏନ୍ସ ଜିଓର ପୋର୍ଟଫୋଲିଓରେ ଅନେକ ପ୍ଲାନ୍ ରହିଛି। ଜିଓ କମ୍ପାନୀର ମହଙ୍ଗା ଯୋଜନା ଠାରୁ ଆରମ୍ଭ କରି ଶସ୍ତା ଯୋଜନା ପର୍ଯ୍ୟନ୍ତ ସବୁ ରହୁଛି। ତେବେ ନୂଆ ବର୍ଷ ପୂର୍ବରୁ ଟେଲିକମ କମ୍ପାନୀ ଜିଓ ଏହାର ଉପଭୋକ୍ତାମାନଙ୍କୁ ଝଟକା ଦେଇଛି। ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଜିଓ ପରିବର୍ତ୍ତନ ଆଣିଛି। 

ନୂଆବର୍ଷରେ କିଛି ନୂଆ ଭେଟି ଦେବା ବଦଳରେ ଜିଓ କିଛି ପ୍ଲାନରେ ବଦଳ କରିଥିବାରୁ ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଓର ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନ ହେଉଛି ୧୯ ଟଙ୍କା ଏବଂ ୨୯ ଟଙ୍କାର ଡାଟା ଭାଉଚର। ଏଥିରେ ଗ୍ରାହକଙ୍କୁ ଯଥାକ୍ରମେ ୧ ଜିବି ଏବଂ ୨ ଜିବି ଡାଟା ମିଳିଥାଏ। ଏହି ଦୁଇଟି ପ୍ଲାନର ବୈଧତା ମୂଳ ପ୍ଲାନର ବୈଧତା ପର୍ଯ୍ୟନ୍ତ ରହୁଥିଲା। 

କିନ୍ତୁ ଜିଓ ପକ୍ଷରୁ ତାହାକୁ ବଦଳାଇ ଦିଆଯାଇଛି। ଏଣିକି ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆଗଭଳି ମୂଳ ପ୍ଲାନର ବୈଧତା ମିଳିବ ନାହିଁ। ୧୯ ଟଙ୍କା ରିଚାର୍ଜ କଲେ ଗୋଟିଏ ଦିନ ବୈଧତା ଉପଲବ୍ଧ ହେବ। ଯେଉଁଦିନ ରିଚାର୍ଜ କରାଯିବ ସେହିଦିନ ବୈଧତା ଶେଷ ହେବ। ସେହିପରି ୨୯ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ମିଳୁଥିବାବେଳେ ଏହାର ବୈଧତା ୨ ଦିନ ରଖାଯାଇଛି। ୨ ଦିନ ମଧ୍ୟରେ ଗ୍ରାହକଙ୍କୁ ଉକ୍ତ ଡାଟା ବ୍ୟବହାର କରିବାକୁ ପଡ଼ିବ।