ଆସିଲା ବଡ଼ ଖବର! ବର୍ଷ ଆରମ୍ଭରୁ ବନ୍ଦ ହେଇଯିବ ଏହିସବୁ ମୋବାଇଲ ଫୋନ୍, ଜାଣନ୍ତୁ ପୁରା ଖବର

 

ଜାନୁଆରୀ ୧ ତାରିଖରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ମେଟା ପକ୍ଷରୁ କୁହାଯାଇଛି କି, କିଛି ମୋବାଇଲ ଫୋନ ବନ୍ଦ ହୋଇପାରେ । ଭାରତରେ ଅଧିକାଂଶ ଲୋକ ହ୍ବାଟ୍ସଆପ୍‌ ବ୍ୟବହାର କରନ୍ତି । ଅନେକ ସମୟରେ ପ୍ଲେ ଷ୍ଟୋରରେ ଅପଡେଟ୍‌ ଆସେ । ଆଉ ଅପଡେଟ୍‌ କରିବା ପରେ ନୂଆ ଫିଚର୍ସ ଆମକୁ ମିଳେ । ହେଲେ ନୂଆ ବର୍ଷରୁ ଆଉ ନୂଆ ଫିଚର୍ସ ଅପଡେଟ୍‌ ହୋଇପାରିବ ନାହିଁ ।

ତେଣୁ ହ୍ବାଟ୍ସଆପ୍‌ ଚାଲି ପାରିବ ନାହିଁ । ଖାସ କରି ୧୦ ବର୍ଷ ପୁରୁଣା ଓଏସ୍‌ ଭର୍ସନରେ ଆଉ ଅପଡେଟ୍‌ ହୋଇପାରିବ ନାହିଁ ମେଟାର ଅନେକ ଫିଚର୍ସ । ତେଣୁ ମେଟା ପୁରୁଣା ଓଏସ୍‌ ଫୋନ୍‌ର ନୂଆ ସିଷ୍ଟମର ସପୋର୍ଟ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି ।

ମେଟା ପକ୍ଷରୁ ଦିଆଯାଇଥିବା ଲିଷ୍ଟରେ, ସାମସଙ୍ଗ ଗ୍ଲାଲେକ୍ସି ଏସ୍‌-୩, ଗ୍ଲାଲେକ୍ସି ନୋଟ୍‌-୨, ଗ୍ଲାଲେକ୍ସି ଏସିଇ-୩, ଗ୍ଲାଲେକ୍ସି ଏସ-୪ ମିନି, ମୋଟ୍ରୋଲାର ମୋଟେ ଜି (ଫାଷ୍ଟ ଜେନ୍) ରାଜାର ଏଚ୍‌ ଡି, ମୋଟୋ ଇ-୧୪, ଏଚଟିସି ୱାନ୍‌ ଏକ୍ସ, ୱାନ ଏକ୍ସ ପ୍ଲସ୍‌, ଏଲଜି ଅପଟିମସ୍‌-ଜି, ନେକ୍ସସ-୪, ଜି-୨ ମିନି, ଏକ୍ସପେରିଆ-ଟି, ଏକ୍ସପେରିଆ-ଭି ଆଦି କେତେକ ମୋବାଇଲରୁ ମେଟା ସପୋର୍ଟ ସିଷ୍ଟଟ କାଢିନେଉଥିବା କୁହାଯାଇଛି ।

ମୋବାଇଲ ସମ୍ପର୍କରେ ଯଦି କୌଣସି ଖବର ସାମ୍ନାକୁ ଆସେ ତାହାକୁ ନେଇ ବଡ଼ ଚର୍ଚ୍ଚା ହୁଏ । କାରଣ ଆମେ ସମସ୍ତେ ମୋବାଇଲ ଫୋନରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ ଘଣ୍ଟାଏ ପାଇଁ ମୋବାଇଲ ଛାଡ଼ିବାକୁ ଆମେ ଇଚ୍ଛା କରନ୍ତି ନାହିଁ । ହେଲେ ଏବେ ନୂଆ ନିୟମ ଆସୁଥିବାରୁ ଚିନ୍ତାରେ ଦର୍ଶକ । ହେଲେ ଆମେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଆଦୌ ବ୍ୟସ୍ତ ନହୋଇ ମେଟାର ନୂଆ ଫିଚର୍ସକୁ କେବଳ ଅପେକ୍ଷା କରନ୍ତୁ ।