ଭୁଲରେ ବି ଗୁଗୁଲ୍ ରେ ସର୍ଚ୍ଚ କରନ୍ତୁ ନାହିଁ ଏହି ୫ ଜିନିଷ, ନଚେତ୍ ଜେଲ୍ ଯିବା ସହ କାଙ୍ଗାଳ ହୋଇପାରନ୍ତି ଆପଣ

 

ଆଜିକାଲିର ଆଧୁନିକ ଯୁଗରେ ଯେ କୌଣସି ବିଷୟରେ ସୂଚନା ପାଇବାକୁ ହେଲେ ଆମେ ଏହାକୁ ଗୁଗୁଲ୍ ରେ ସର୍ଚ୍ଚ କରିଥାଉ। ଏହି ପ୍ଲାଟଫର୍ମ ଯେ କୌଣସି ବିଷୟରେ ସଠିକ ସୂଚନାକୁ ସହଜରେ ଉପଲବ୍ଧ କରାଇଥାଏ। କିନ୍ତୁ, ଏପରି ମଧ୍ୟ କିଛି ଜିନିଷ ଅଛି ଯାହାକୁ ଗୁଗୁଲରେ ସର୍ଚ୍ଚ କରିବା ଦ୍ୱାରା ଆପଣ ଅସୁବିଧାରେ ପଡ଼ି ପାରନ୍ତି। ଏପରିକି ଏଥିପାଇଁ ସର୍ଚ୍ଚ କରିଥିବା ବ୍ୟକ୍ତିଙ୍କୁ ଜେଲ୍ ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ଏପରି କିଛି ଜିନିଷ ଯାହାକୁ ଗୁଗୁଲରେ ସର୍ଚ୍ଚ କରିବା ଆପଣଙ୍କୁ ଅସୁବିଧାରେ ପକାଇ ପାରେ:-

୧. ଗୁଗୁଲରେ ନିଜର ଇମେଲ୍ ସର୍ଚ୍ଚ କରିବା:-

ପ୍ରାୟତଃ ଗୁଗୁଲରେ ଲୋକମାନେ ନିଜର ଇ-ମେଲ୍ ସର୍ଚ୍ଚ କରିଥାନ୍ତି। କିନ୍ତୁ ଏହା କରିବା ଠିକ ନୁହେଁ କାରଣ ଏହା ଆପଣଙ୍କ ବ୍ୟକ୍ତିଗତ ସୂଚନା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିପାରେ। ଏହା କରିବା ଦ୍ୱାରା ହ୍ୟାକରମାନେ ଆପଣଙ୍କ ଆକାଉଣ୍ଟ ଏବଂ ପାସୱାର୍ଡ ହ୍ୟାକ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

୨. ସନ୍ଦେହଜନକ ବସ୍ତୁ ଖୋଜିବା:- ଗୁଗୁଲରେ ସନ୍ଦେହଜନକ ଜିନିଷ ଖୋଜିବା ଆଦୌ ଉଚିତ୍ ନୁହେଁ, ଯେପରିକି କିପରି ବୋମା ତିଆରି କରିବା ଇତ୍ୟାଦି ସନ୍ଦେହଜନକ ଜିନିଷ ବିଷୟରେ ଗୁଗୁଲରେ ସର୍ଚ୍ଚ କରୁଥିବା ଲୋକମାନଙ୍କ ଉପରେ ସାଇବର ସେଲର ଆଖି ରହିଥାଏ। ଏପରି ଭୁଲ କରୁଥିବା ଲୋକଙ୍କ ବିରୁଦ୍ଧରେ ସୁରକ୍ଷା ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି।

୩. କଷ୍ଟମର୍ କେୟାର ନମ୍ବର ଖୋଜିବା:- କୌଣସି ଉତ୍ପାଦ ସମ୍ବନ୍ଧୀୟ ସମସ୍ୟା ହେଲେ ଆମେ ସାଧାରଣତଃ ଗୁଗୁଲ୍ ସର୍ଚ୍ଚ ମାଧ୍ୟମରେ କସ୍ଟମର୍ କେୟାର ନମ୍ବର ଖୋଜିଥାଉ। କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। କାରଣ ହ୍ୟାକର୍ ମାନେ ଗୁଗୁଲ୍ ସର୍ଚ୍ଚରେ ନକଲି ହେଲ୍ପଲାଇନ ନମ୍ବର ଦେଇଥାନ୍ତି। ଯାହାକୁ କଲ୍ କରିବା ଦ୍ୱାରା ଆମମାନେ ଠକାମିର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

୪. ଗୁଗୁଲରେ ବାରମ୍ବାର ନିଜର ପରିଚୟ ଯାଞ୍ଚ କରିବା:- ଲୋକମାନେ ସେମାନଙ୍କର ପରିଚୟ ଜାଣିବା ପାଇଁ ଗୁଗୁଲ୍ ସର୍ଚ୍ଚ ବ୍ୟବହାର କରିଥାନ୍ତି। କିନ୍ତୁ ଏହା କରିବା ଦ୍ୱାରା ବ୍ୟକ୍ତିଗତ ସୂଚନା ଲିକ୍ ହେବାର ଆଶଙ୍କା ବଢିଯାଇଥାଏ।  

୫. ଔଷଧ ବିଷୟରେ ସୂଚନା ଖୋଜିବା:- ରୋଗର ଉପଶମ ପାଇବା ପାଇଁ ବିଭିନ୍ନ ସମୟରେ ଲୋକମାନେ ଗୁଗୁଲରେ ଔଷଧ ଖୋଜିଥାନ୍ତି। କିନ୍ତୁ ବେଳେ ବେଳେ ଏହା କରିବା ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। କାରଣ ଗୁଗୁଲ ସର୍ଚ୍ଚ କରି ଭୁଲ ଔଷଧ ଖାଇଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।