ବିଶ୍ୱକପ ୨୦୧୯ ରେ ହେବ ବଡ ପରିବର୍ତ୍ତନ, ଭାରତରେ ଏହି ସବୁ ଭାଷାରେ ଶୁଣିବାକୁ ମିଳିବ କମେଣ୍ଟ୍ରି

କ୍ରିକେଟ ଜଗତରେ ବିଶ୍ୱକପ ଠାରୁ ଅଧିକ ମହତ୍ୱପୂର୍ଣ୍ଣ ଆଉ କିଛି ନାହିଁ, କ୍ରିକେଟ ପ୍ରେମୀ ଙ୍କ ପାଇଁ ବିଶ୍ୱକପ ୨୦୧୯ ବହୁତ ଆକର୍ଷଣ ର କେନ୍ଦ୍ର ହୋଇଛି। ୨୦୧୯ ବିଶ୍ୱକପ କ୍ରିକେଟର ତାରିଖ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ସାରା ଦୁନିଆର କ୍ରିକେଟପ୍ରେମୀଙ୍କ ନିକଟରେ ବିଶ୍ୱକପ କ୍ରିକେଟକୁ ପହଞ୍ଚାଇବା ପାଇଁ ଆଇସିସି ପକ୍ଷରୁ ଗତକାଲି ପ୍ରସାରଣ ଏବଂ ଡିଜିଟାଲ୍ ବିତରଣ ଯୋଜନାର ଘୋଷଣା କରାଯାଇଛି । ଚଳିତ ଥର
 

କ୍ରିକେଟ ଜଗତରେ ବିଶ୍ୱକପ ଠାରୁ ଅଧିକ ମହତ୍ୱପୂର୍ଣ୍ଣ ଆଉ କିଛି ନାହିଁ, କ୍ରିକେଟ ପ୍ରେମୀ ଙ୍କ ପାଇଁ ବିଶ୍ୱକପ ୨୦୧୯ ବହୁତ ଆକର୍ଷଣ ର କେନ୍ଦ୍ର ହୋଇଛି।

୨୦୧୯ ବିଶ୍ୱକପ କ୍ରିକେଟର ତାରିଖ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ସାରା ଦୁନିଆର କ୍ରିକେଟପ୍ରେମୀଙ୍କ ନିକଟରେ ବିଶ୍ୱକପ କ୍ରିକେଟକୁ ପହଞ୍ଚାଇବା ପାଇଁ ଆଇସିସି ପକ୍ଷରୁ ଗତକାଲି ପ୍ରସାରଣ ଏବଂ ଡିଜିଟାଲ୍ ବିତରଣ ଯୋଜନାର ଘୋଷଣା କରାଯାଇଛି । ଚଳିତ ଥର ଆଫଗାନିସ୍ତାନରେ ପ୍ରଥମ ଥର ପାଇଁ ବିଶ୍ୱକପର ସିଧା ପ୍ରସାରଣ ହେବ।

ଏହି ଯୋଜନା ଅନୁଯାୟୀ, ପ୍ରଂଶସକମାନଙ୍କ ପାଖରେ କ୍ରିକେଟକୁ ପହଞ୍ଚାଇବା ପାଇଁ ଟେଲିଭିଜନ୍, ରେଡିଓ ଏବଂ ଡିଜିଟାଲ୍ ମାଧ୍ୟମ ବ୍ୟତୀତ ସମାଚାର, ସିନେମା, ଫ୍ୟାନ୍ ପାର୍କର ଘୋଷଣା କରାଯାଇଛି । ଆଇସିସି ବିଶ୍ୱକପ୍ ୨୦୧୯ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ବ୍ୟତୀତ ଅନ୍ୟ ୨୫ଟି ଚ୍ୟାନେଲ ଦ୍ୱାରା ୨୦୦ରୁ ଅଧିକ ଦେଶରେ କରାଯିବ ।

ତେବେ ଭାରତରେ ବିଶ୍ୱକପ ପ୍ରସାରଣ ୭ଟି ଭାଷାରେ କରାଯିବା ନେଇ ସୂଚନା ମିଳିଛି । ଯେଉଁଥିପାଇଁ ଷ୍ଟାର ସ୍ପୋର୍ଟସ ଦୁନିଆର ସର୍ବଶ୍ରେଷ୍ଠ କମେଣ୍ଟ୍ରେଟରଙ୍କର ଏକ ଟିମ୍ ପ୍ରସ୍ତୁତ କରିଛି । ଏଥିରେ ପାଖାପାଖି ୫୦ ଜଣ କମେଣ୍ଟ୍ରେଟର ସାମିଲ ଅଛନ୍ତି । ଷ୍ଟାର ସ୍ପୋର୍ଟସ ଭାରତରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ବାଂଲା ଏବଂ ମରାଠି ଭାଷାରେ ବିଶ୍ୱକପର ପ୍ରସାରଣ କରାଯିବ।

ବିଶ୍ୱକପ ରେ ଭାରତର ପଦର୍ଶନ କୁ ନେଇ ଚାରିଆଡେ ଚର୍ଚା ଚାଲିଛି। ଏହି ବର୍ଷ ବିଶ୍ୱକପ ରେ ଭାରତ ଓ ଇଂଲଣ୍ଡ କୁ ଶ୍ରେଷ୍ଠ ଦଳ ଭାବରେ ଲୋକେ ନିଜର ମତ ଦେଇଛନ୍ତି।