ସୂର୍ଯ୍ୟ କୁମାରଙ୍କ ODI କ୍ୟାରିୟରଙ୍କ ହୋଇଯିବ ଶେଷ? ଅଜିତ ଅଗରକର୍ ଖୋଜିଦେଲେ ନୂଆ ଖେଳାଳି, ଜାଣନ୍ତୁ ପୁରା ଖବର

 

ଭାରତୀୟ କ୍ରିକେଟ ଟିମ୍ ରେ ଖୋଜା ଚାଲିଛି କ୍ରିକେଟର ସୂର୍ଯ୍ୟ କୁମାର ଯାଦବ ଙ୍କର ରିପ୍ଲେସମେଣ୍ଟ । କାରଣ ସୂର୍ଯ୍ୟ କୁମାର ଯାଦବ ନିଜ ଦକ୍ଷତା ଦେଖାଇବାରେ ହୋଇଛନ୍ତି ଫେଲ୍ । ଯେଉଁଥି ପାଇଁ ଭାରତୀୟ କ୍ରିକେଟ ବୋର୍ଡର ବିଶ୍ୱାସ ହରାଇଛନ୍ତି ସୂର୍ୟ କୁମାର ଯାଦବ।

ଭାରତୀୟ କ୍ରିକେଟ ଟିମ୍ ରେ ସୂର୍ଯ୍ୟ କୁମାର ଯାଦବ ତାଙ୍କର ସାନ୍ ଦାର ବ୍ୟାଟିଂ ପାଇଁ ଜଣା ଶୁଣା। ଟି ୨୦ ରେ ତାଙ୍କର ଭଲ ପ୍ରଦର୍ଶନ ରହିଥିବା ବେଳେ ୱାନ ଡେ କପ୍ ରେ ସମ୍ପୂର୍ଣ ଫେଲ ମାରିଛନ୍ତି ଯାଦବ।

ହାର୍ଦିକ ପାଣ୍ଡ୍ୟା ଙ୍କ ଆଘାତ ପରେ ନିଉଜଲ୍ୟାଣ୍ଡ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ୍ ରେ ତାଙ୍କୁ ମ୍ୟାଚ୍ ଖେଳିବାର ସୁଯୋଗ ଦିଆ ଯାଇଥିଲା । ଯେଉଁଥିରେ ସେ ରନ୍ ଆଉଟ୍ ମଧ୍ୟ ହୋଇ ଯାଇଥିଲେ । ତାଙ୍କର ଏଭଳି ପ୍ରଦର୍ଶନ ଦେଖି ଭାରତ ଟିମ୍ ର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ODI କ୍ରିକେଟର ସୂର୍ୟଙ୍କ ରିପ୍ଲେସ ମେଣ୍ଟ ଖୋଜୁଛନ୍ତି । ଯେଉଁଥୀରେ ସେ ସଫଳ ମଧ୍ୟ ହୋଇଛନ୍ତି । 

ସୂର୍ଯ୍ୟ କୁମାର ଯାଦବଙ୍କ ରିପ୍ଲେସମେଣ୍ଟ ତିଲକ ବର୍ମା  ;

ଆଇପିଏଲ ରେ ତିଲକ ବର୍ମାଙ୍କର ଉଚ୍ଚ କୋଟୀର ଖେଳ ପାଇଁ ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ । ତିଲକ ବର୍ମା ଏକ ଭଲ ବ୍ୟାଟସମ୍ୟାନ୍ ମଧ୍ୟ ଅଟନ୍ତି । ଯେ କି ଏବିଡି ବିଲିଅର୍ସ ଙ୍କୁ ଆଗାମୀ ଦିନରେ ସାମ୍ନା କରିପାରିବେ ବୋଲି ଆଶା ରଖା ଯାଇଛି।

ତେବେ ଯଦି ତିଲକଙ୍କ କ୍ରିକେଟ କ୍ୟାରିଅର ଉପରେ ନଜର ପକଯାଏ  ତେବେ ସେ ODI ଓ ଟି ୨୦ ରେ ଡ଼େବ୍ୟୁ କରିଛନ୍ତି । ODI ରେ ୧ ଟି ମ୍ୟାଚ୍ ଖେଳିଥିବା ବେଳେ ଟି -୨୦ ରେ ୧୦ ଟି ଇଣ୍ଟର ନ୍ୟାସନାଲ ରେ ୧୦ ଟି ମ୍ୟାଚ୍ ଖେଳିଛନ୍ତି । ODIରେ ବ୍ୟାଟିଂ କରି ୫ ରନ୍ କରିଥିବା ବେଳେ ୫.୨୫ ଆର୍ଥିକ ରେଟ୍ ହାରରେ ବୋଲିଂ କରିଥିଲେ। ଟି ୨୦ ରେ ବ୍ୟାଟିଂ କରି ୨୩୧ ରନ୍ ସଂଗ୍ରହ କରିଥିଲେ। ଏଥିରେ ୨ ଅର୍ଦ୍ଧଶତକିୟ ଇନିଙ୍ଗସ ସାମିଲ୍ ହୋଇଥିବା ସହିତ ୫. ୫୦ ଇକୋନୋମି ହାରରେ ବୋଲିଂ କରି ୨ ଟି ଉଇକେଟ୍ ମଧ୍ୟ ନିଜ ନାମରେ କରିଥିଲେ।