କାହିଁକି ୧୦୦ କରିବା ପରେ ପିନ୍ଧିଥିବା ଲକେଟକୁ କିସ୍ ଦିଅନ୍ତି ବିରାଟ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

 

ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଖେଳି ଟିମ ଇଣ୍ଡିଆ ବିଜୟର ମୁକୁଟ ପିନ୍ଧିସାରିଛି । ଟିମର ପ୍ରତିଟି ଖେଳାଳିଙ୍କ ପ୍ରୟାସରେ ବିଜୟର ସ୍ବାଦ ଚାଖିଛି ଭାରତ ଆଉ ମାତ ଖାଇଛି ପାକିସ୍ତାନ । ଦୁବାଇ ମୈଦାନରେ କିଙ୍ଗ କୋହଲିଙ୍କ ଚଉକାମାଡ ଏବଂ ଶତକକୁ କ୍ରିକେଟପ୍ରେମୀ ଭୁରି ଭୁରି ପ୍ରଶଂସା କରୁଛନ୍ତି । କୋହଲି ଯେତେବେଳେ ବ୍ୟାଟ ବୁଲାଇ ରନର ବର୍ଷା କରୁଥିଲେ ପୁରା ଷ୍ଟାଡିୟମ ଇଣ୍ଡିଆ-ଇଣ୍ଡିଆ , କୋହଲି-କୋହଲି ନାରାରେ କମ୍ପି ଉଠିଥିଲା।

ବିରାଟ ମଧ୍ୟ ବିନମ୍ରତା ସ୍ବରୂପ ବ୍ୟାଟକୁ ଉପରକୁ ଉଠାଇ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ । ଏହାସହ ବେକରେ ପିନ୍ଧିଥିବା ମୁଦିକୁ ସେ ଚୁମ୍ବନ ଦେଇଥିଲେ । ଯାହାକୁ ସେ ସବୁବେଳେ ଚେନ ସହିତ ଲକେଟ ଭଳି ପିନ୍ଧିଥାନ୍ତି । ଯିଏ କ୍ରିକେଟପ୍ରେମୀ ଏବଂ ବିରାଟଙ୍କ ଫ୍ୟାନ ସେମାନେ ଭଲଭାବରେ ଜାଣିଥିବେ ବିରାଟ ପ୍ରତି ମ୍ୟାଚରେ ଯେତେବେଳେ ବି ଶତକ ମାରନ୍ତି ବେକରେ ପିନ୍ଧା ମୁଦିକୁ ଚୁମ୍ବନ ଦିଅନ୍ତି ।

ତେବେ ସେ ଏମିତି କାହିଁକି କରନ୍ତି ? ବିରାଟଙ୍କ ବେକରେ ଥିବା ମୁଦିର ରହସ୍ୟ କ'ଣ? ଯଦି ଆପଣ ମଧ୍ୟ ମ୍ୟାଚ ଦେଖିଥିବେ ତାହେଲେ ଏ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚିତ ଆସିଥିବ । ଆସନ୍ତୁ ଜାଣିବା ବିରାଟଙ୍କ ଏଭଳି କରିବା ପଛର କାରଣ । ଶତକ ସମ୍ପୁର୍ଣ୍ଣ କଲା ପରେ ବିରାଟ କୋହଲି ଯେଉଁ ମୁଦିକୁ ଚୁମ୍ବନ ଦିଅନ୍ତି ସେ ହେଉଛି ତାଙ୍କ ର୍ନିବନ୍ଧର ମୁଦି । ଥରେ କମେଣ୍ଟେଟର ହର୍ଷା ଭୋଗଲେ ମ୍ୟାଚ ଚାଲିଥିବା ସମୟରେ କହିଥିଲେ , ଯେ ବିରାଟଙ୍କ ପ୍ରେମର ପ୍ରତୀକ ହେଉଛି ତାଙ୍କ ବେକରେ ଝୁଲୁଥିବା ମୁଦି । ପ୍ରତି ଶତକରେ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଧନ୍ୟବାଦ ଜଣାଇ ମୁଦିକୁ ଚୁମ୍ବନ ଦେଇ କୋହଲି ଏମିତି ହିଁ ନିଜ ପ୍ରେମ ଜାହିର କରନ୍ତି । ଅନେକ ସମୟରେ ପତ୍ନୀ ଅନୁଷ୍କାଙ୍କ ପ୍ରତି ବିରାଟଙ୍କ ପ୍ରେମ ଦେଖିବାକୁ ମିଳେ ।

ଘଡିସନ୍ଧି ମୁହୂର୍ତ୍ତରେ ଅନୁଷ୍କା ବିରାଟଙ୍କ ସହ ଛାଇ ଭଳି ଛିଡା ହୋଇଥାନ୍ତି । ମ୍ୟାଚରେ ପରାଜିତ ହେଲେ ସାହସର ସହ ସେ ସମୟର ଦୁର୍ବଳ ମୁହୂର୍ତ୍ତକୁ ମୁକାବିଲା କରିବା ପାଇଁ ଦମ୍ଭ ଦିଅନ୍ତି ।ଯେତେବେଳେ ବିରାଟ ଅନୁଷ୍କାଙ୍କୁ ଡେଟ କରୁଥିଲେ ସେ ସପୋର୍ଟ କରିବା ପାଇଁ ଷ୍ଟାଡିୟମକୁ ଆସୁଥିଲେ । ଅନେକ ସମୟରେ ଫ୍ୟାନ୍ସ କୋହଲିଙ୍କ ଖରାପ ପ୍ରଦର୍ଶନ ପାଇଁ ଅନୁଷ୍କାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଉନଥିଲେ ।

କିନ୍ତୁ ବର୍ତ୍ତମାନ ଚ୍ୟାମ୍ପିୟନ୍ସ ଟ୍ରଫିରେ ଶତକ ପିଟି ଭାରତକୁ ବିଜୟର ସ୍ବାଦ ଚଖାଇ କିଙ୍ଗ କୋହଲି ସଫଳତାର ଶ୍ରେୟ ନିଜ କ୍ବିନଙ୍କୁ ରିଙ୍ଗ କିସ ମାଧ୍ୟମରେ ଦେଇଛନ୍ତି । ବିରାଟ ପ୍ରଥମେ ୨୦୧୮ ଜାନୁଆରୀରେ ନିଜ ବେକରେ ପିନ୍ଧିଥିବା ମୁଦିକୁ କିସ କରିଥିଲେ । ସେତେବେଳେ ସେ ସାଉଥ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନରେ ୧୫୩ ରନ କରି ନିଜ ଲେଡିଲଭ୍‌ଙ୍କୁ ନିଆରା ଅନ୍ଦାଜରେ ପ୍ରେମ ଜାହିର କରିଥିଲେ । ଏହାର ଠିକ ପୂର୍ବରୁ ସେ ୨୦୧୭ ଡିସେମ୍ବର ୧୧ ତାରିଖରେ ଇଟାଲୀରେ ଅନୁଷ୍କାଙ୍କ ସହ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ।