ଯଦି ମେଲବୋର୍ଣ୍ଣ ଟେଷ୍ଟ ଡ୍ର ହୁଏ କି ଭାରତ ହାରିଯାଏ ତେବେ କଣ ହେବ, ଜାଣନ୍ତୁ ଭାରତ କେମିତି ପହଞ୍ଚିବ WTC ଫାଇନାଲ୍
ଆଇସିସି ୱର୍ଲଡ ଟେଷ୍ଟ ଚାମ୍ପିୟନସିପ ରେସ ଏବେ ରୋଚକ ହେବାରେ ଲାଗିଛି । ପ୍ରଥମ ଟିମ୍ ଭାବେ ସାଉଥ୍ ଆଫ୍ରିକା ଟେଷ୍ଟ ଚାମ୍ପିୟନସିପ ଫାଇନାଲକୁ ପ୍ରବେଶ କରି ସାରିଛି। ତେବେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି । ବାସ୍ତବରେ, ବିଶ୍ୱ ଟେଷ୍ଟ ଚାଂପିଅନସିପ୍ ପଏଂଟ ଟେବୁଲକୁ ଦୃଷ୍ଟିରେ ରଖି ଏହି ବକ୍ସିଂ ଡେ ଟେଷ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ଟେଷ୍ଟ ଡ୍ରରେ ଶେଷ ହୁଏ, ତେବେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାଂପିଅନସିପ ଫାଇନାଲରେ ପ୍ରବେଶ କରିବାକୁ ସମର୍ଥ ହେବ କି?
ଯଦି ଭାରତ ମେଲବର୍ଣ୍ଣ ଟେଷ୍ଟ ଜିତିଯାଏ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ପାଇନାଲ ଖେଳିବାର ରାସ୍ତା ଦଳ ପାଇଁ ଆହୁରି ସହଜ ହୋଇଯିବ । ଯଦି ବକ୍ସିଂ ଡେ' ଟେଷ୍ଟ ହାରିଯାଏ ଭାରତ, ତଥାପି ଟିମ୍ ଇଣ୍ଡିଆ ପାଖରେ ସୁଯୋଗ ରହିଛି ଫାଇନାଲ ଖେଳିବା ପାଇଁ ।
ଯଦି ବକ୍ସିଂ ଡେ ଟେଷ୍ଟ ଡ୍ରରେ ଶେଷ ହୁଏ, ତେବେ ଅଷ୍ଟ୍ରେଲିଆ ୫୭.୨୯ ପ୍ରତିଶତ ପଏଂଟ ସହ ଦ୍ୱିତୀୟ ସ୍ଥାନରେ ରହିବ । ଏଭଳି ପରିସ୍ଥିତିରେ ଭାରତ ପାଇଁ ସମୀକରଣ କ'ଣ ହେବ? ବିଶ୍ୱ ଦଳ ଚାଂପିୟନଶିପ ଫାଇନାଲ ପାଇଁ ଦୌଡ଼ରେ ଭାରତୀୟ ଦଳ ରହିବେ କି? ବାସ୍ତବରେ, ମେଲବୋର୍ଣ୍ଣ ଟେଷ୍ଟ ଡ୍ର ପରେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାଂପିଅନସିପ ଫାଇନାଲ ପାଇଁ ଦୌଡ଼ରେ ରହିବ, କିନ୍ତୁ ରାସ୍ତା ବହୁତ କଷ୍ଟସାଧ୍ୟ ହେବ ।
ଭାରତକୁ ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ । ଏଥିସହିତ, ଯଦି ମେଲବୋର୍ଣ୍ଣ ଟେଷ୍ଟ ବ୍ୟତୀତ ପଂଚମ ଟେଷ୍ଟ ଜିତିବାରେ ଭାରତୀୟ ଦଳ ସଫଳ ହୁଏ, ତେବେ ଏହା ବିଶ୍ୱ ଟେଷ୍ଟ ଚାଂପିଅନସିପର ଫାଇନାଲରେ ପହଂଚିବ, ତେବେ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।