ଆଉଟ୍ ପରେ ଅମ୍ପାୟଙ୍କ ସହ ଯୁକ୍ତିତର୍କ କରିବା ବିରାଟଙ୍କୁ ପଡିଲା ମହଙ୍ଗା, BCCI ଦେଲା ବଡ଼ ଦଣ୍ଡ, ଜାଣନ୍ତୁ ପୁରା ଖବର

 

୨୧ ଏପ୍ରିଲରେ କେକେଆର୍ ଏବଂ ଆରସିବି ମଧ୍ୟରେ ଆଇପିଏଲ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବିରାଟ କୋହଲି ଫୁଲ୍ ଟସ୍‌ ବଲ୍‌ରେ ଆଉଟ୍ ହୋଇଥିଲେ। ଏହା ପରେ ଅମ୍ପାୟାରଙ୍କ ସହ ତାଙ୍କର ତୀବ୍ର ଯୁକ୍ତିତର୍କ ହୋଇଥିଲା।  ବିରାଟଙ୍କ କହିବାନୁସାରେ, ଅମ୍ପାୟର ତାଙ୍କୁ ଭୁଲ ଆଉଟ୍ ଦେଇଥିଲେ। ଦୀର୍ଘ ସମୟ ଧରି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ପରେ ବିରାଟଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା।  ତେବେ ଏଥିପାଇଁ ମ୍ୟାଚ୍ ପରେ ବିରାଟ କୋହଲିଙ୍କୁ ଦଣ୍ଡ ଦେଇଛି ବିସିସିଆଇ। ଆଇପିଏଲ୍‌ର ନିୟମ ଉଲଙ୍ଘନ ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଆଇପିଏଲ୍ ୨୦୨୪ ର ମ୍ୟାଚ୍ ନମ୍ବର ୩୬ ରେ କେକେଆର୍ ଏବଂ ଆରସିବି ଦଳ ମୁହାଁମୁହିଁ ହୋଇଥିଲେ। ୨୦୨୩ ରନ୍‌ର ଟାର୍ଗେଟକୁ ପିଛା କରି ବିରାଟ କୋହଲି ଆରସିବି ପାଇଁ ବ୍ୟାଟ୍ସମ୍ୟାନ୍ ଭୂମିକାରେ ପ୍ରବେଶ କରିଥିଲେ। କିନ୍ତୁ ଏହି ସମୟରେ ତୃତୀୟ ଓଭରରେ ହର୍ଷିତ ରାଣା ତାଙ୍କୁ ଏକ ବିମର ବଲ୍ ପକାଇଥିଲେ ଯେଉଁଥିରେ ବିରାଟ କୋହଲି ଆଉଟ୍ ହୋଇଥିଲେ।

ଯଦିଓ ବିରାଟ ନୋ ବଲ୍ ପାଇଁ DRS ନେଇଥିଲେ, କିନ୍ତୁ ଥାର୍ଡ ଅମ୍ପାୟାର ମଧ୍ୟ ତାଙ୍କୁ ଆଉଟ୍ ଘୋଷଣା କରିଥିଲେ। ଏହା ପରେ ବିରାଟ କୋହଲି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ଯେଉଁଥି ପାଇଁ ଆଇପିଏଲ ତାଙ୍କ ଉପରେ ଭାରି ଜୋରିମାନା ଲଗାଇଛି।

କେବଳ ବିରାଟ ନୁହେଁ ବରଂ କ୍ୟାପଟେନ୍‌ ଫାଫ୍‌ ଡୁପ୍ଲେସିସ୍‌ଙ୍କୁ ମଧ୍ୟ ଜୋରିମାନା ଗଣିବାକୁ ପଡ଼ିଛି। ସ୍ଲୋ ଓଭର୍‌ ରେଟ୍‌ ପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି। ଚଳିତ ଆଇପିଏଲ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାରୁଲୁ(RCB)କୁ ବାରମ୍ବାର ନିରାଶ ହେବାକୁ ପଡୁଛି। ପ୍ରତିଟି ମ୍ୟାଚରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଅଳ୍ପକେ ବିଜୟରୁ ବଞ୍ଚିତ ହେଉଛି ଦଳ

ଏହି କ୍ରମରେ ଗତକାଲି ମଧ୍ୟ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷ ମ୍ୟାଚରେ ମାତ୍ର ଗୋଟିଏ ରନ୍ ବ୍ୟବଧାନରେ ଆରସିବିକୁ ପରାସ୍ତ ହେବାକୁ ପଡିଛି। ହାତରୁ ଏହି ମ୍ୟାଚଟି ଯିବା ସହ ଦଳ କ୍ରମାନ୍ୱୟରେ ଷଷ୍ଠ ଥର ଏବଂ ସିଜିନର ସପ୍ତମ ପରାଜୟର ସାମ୍ନା କରିଛି। ସେପଟେ କମ୍ ବ୍ୟାକ୍ ସହ ପଞ୍ଚମ ବିଜୟ ହାସଲ କରିଛି କୋଲକତା ନାଇଟ୍ ରାଇଡର୍ସ।