ଦେଖନ୍ତୁ ଭିଡ଼ିଓ: ଋଷବ ପନ୍ତଙ୍କୁ ତୃତୀୟ ଅମ୍ପାୟାର ଆଉଟ ନ ଦେବାରୁ ଏଭଳି ରିଆକ୍ସନ ଦେଲେ କୋହଲି, କ୍ଲିକ୍ କରି ଦେଖନ୍ତୁ ଏହି ମଜ଼ାଦାର ଭିଡ଼ିଓ….

 

ଏବି ଡିଭିଲିୟର୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ପରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଙ୍ଗଳବାର ଦିନ ଏକ ରୋମାଞ୍ଚକର ଆଇପିଏଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍ କୁ ଗୋଟିଏ ରନ୍ ରେ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍ ସମୟରେ ଏପରି ଏକ ଘଟଣା ଘଟିଥିଲା, ଯେତେବେଳେ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଏକ ମଜାଦାର ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳିଥିଲା।

ଦିଲ୍ଲୀ କ୍ୟାପିଟାଲ୍ ଇନିଂସ ସମୟରେ ୱାଶିଂଟନ୍ ସୁନ୍ଦର ସପ୍ତମ ଓଭରରେ ବୋଲିଂ ପାଇଁ ଆସିଥିଲେ ଏବଂ ସେ ପ୍ରଥମ ବଲରେ ଋଷଭ ପନ୍ତଙ୍କୁ LBW ପାଇଁ ଆବେଦନ କରିଥିଲେ, ଯାହା ଉପରେ ଫିଲ୍ଡ ଅମ୍ପାୟାର ତାଙ୍କୁ ଆଉଟଦେଇଥିଲେ। ଏହା ପରେ ଋଷଭ ପନ୍ତ DRS ର ସହାୟତା ନେଇଥିଲେ, ଯେଉଁଥିରେ ସ୍ପଷ୍ଟ ହୋଇଥିଲା ଯେ ବଲ୍ ପ୍ରଥମେ ବ୍ୟାଟ୍ ରେ ବାଜିଥିଲା ଏବଂ ପରେ ପ୍ୟାଡ୍ ରେ ବାଜିଥିଲା।