ଦେଖନ୍ତୁ ଭିଡ଼ିଓ: DC ବିପକ୍ଷ ମ୍ୟାଚରେ ଏହିଭଳି ଅଜବ୍ ଢଙ୍ଗରେ ଆଉଟ ହେଲେ ଦୀପକ ହୁଡ଼ା, ଭିଡ଼ିଓ ଦେଖି ନିଜ ହସ ରୋକି ପାରିବେନି ଆପଣ….

 

ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ଆଇପିଏଲ ୨୦୨୧ ର ୨୯ ତମ ମ୍ୟାଚ୍ ରବିବାର ଦିନ ଖେଳା ଯାଇଥିଲା, ତେବେ ଏହି ମ୍ୟାଚ କିଛି ଏଭଳି ମଜାଦାର ମୁହୂର୍ତ୍ତ ଆଣିଦେଇଥିଲା, ଯାହା ଆପଣଙ୍କୁ ହସିବାକୁ ବାଧ୍ୟ କରିଦେବ। ପଞ୍ଜାବ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଏବଂ ଦୀପକ ହୁଡା ଏହି ମ୍ୟାଚରେ ଏପରି ଭୁଲ କରିଥିଲେ ଯାହାର ଦଳକୁ ପରେ ଭୋଗିବାକୁ ପଡିଥିଲା।

ଏହି ଘଟଣା କ୍ରମରେ ଅକ୍ଷର ପଟେଲ ୧୪ ତମ ଓଭରର ତୃତୀୟ ବଲ ବୋଲିଂ କରିଥିଲେ, ମାୟଙ୍କ ଅଗ୍ରୱାଲ କଭର୍ ଆଡ଼କୁ ଏକ ସଟ୍ ଖେଳିଥିଲେ। ତେବେ ଫିଲ୍ଡର ଶିମ୍ରନ୍ ହେଟମାୟର ବଲ୍ କି ଧରି ନନ୍ ଷ୍ଟ୍ରାଇକର୍ ଏଣ୍ଡ କୁ ଫିଙ୍ଗିଥିଲେ ଯେଉଁଠାରେ ଅକ୍ଷର ପଟେଲ ୱିକେଟ ଭାଙ୍ଗିଦେବା ସହ ବଲକୁ ୱିକେଟ୍ କିପର ରିଷଭ ପନ୍ତଙ୍କ ଆଡକୁ ଫିଙ୍ଗିଥିଲେ ଏବଂ ପନ୍ତ ମଧ୍ୟ ବଲ କୁ ଧରି ଷ୍ଟ୍ରାଇକ୍ ଏଣ୍ଡ ରେ ୱିକେଟ ଭାଙ୍ଗିଥିଲେ।

ତେବେ ତୃତୀୟ ଅମ୍ପାୟାର ଏହାର ରିଭ୍ୟୁ କରିବା ପରେ ଦୀପକ ହୁଡ଼ା ଙ୍କୁ ଆଉଟ ଘୋଷଣା କରିଥିଲେ। ଦୀପକଙ୍କୁ ମାତ୍ର ୧ ରନ୍ କରି ପାଭେଲିଅନ୍ ଫେରିବାକୁ ପଡିଥିଲା। ତେବେ ଏହା ପରେ ମୟଙ୍କ ୯୯ ରନ୍ ର ଏକ ଚମକପ୍ରଦ ଇଂନିଂସ ଖେଳିଥିଲେ ମଧ୍ୟ ଦିଲ୍ଲୀ ଏହି ମ୍ୟାଚକୁ ୭ ୱିକେଟ ରେ ଜିତି ନେଇଥିଲା।