ରୋହିତଙ୍କୁ ଭାରତୀୟ ଦଳରୁ ଛୁଟି କରିବା ପାଇଁ ଆସିଗଲେ ତିଲକ ବର୍ମା, ମିଳିଗଲା ରୋହିତଙ୍କ‌ ବିକଳ୍ପ, ଜାଣନ୍ତୁ ପୁରା ଖବର

 

ତିଲକ ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପାଇଁ ବ୍ୟାଟିଂ କରି ତିଲକ ଶତକ ହାସଲ କରିଥିଲେ। ଏହି ଇନିଂସ ସମୟରେ ସେ ୬ଟି ଚୌକା ମାରିଥିଲେ। ତିଲକଙ୍କ ସହ ସଞ୍ଜୁ ସାମସନ ମଧ୍ୟ ଏକ ଶତକ ହାସଲ କରିଥିଲେ। ଏହି ମ୍ୟାଚରେ ତିଲକ ରୋହିତ ଶର୍ମାଙ୍କ ଏକ ସ୍ବତନ୍ତ୍ର ରେକର୍ଡ ଭାଙ୍ଗିଛନ୍ତି।

ତିଲକ ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସି ୪୭ ବଲ୍ରେ ୧୨୦ ରନ୍ କରିଥିଲେ। ଏଥିରେ ୧୦ ଚକ୍କା ଓ ୯ଟି ଚୌକା ମାରିଥିଲେ। ସେହିପରି ସାମସନ ମଧ୍ୟ ୧୦୯ ରନ୍ କରିଥିଲେ। ସଞ୍ଜୁ ସାମସନ ଗୋଟିଏ ଟି-୨୦ ସିରିଜ୍ରେ ପ୍ରଥମ ଭାରତୀୟ ବ୍ୟାଟର ଓ ଦ୍ୱିତୀୟ ଅନ୍ତର୍ଜାତୀୟ ବ୍ୟାଟର ଭାବେ ଦୁଇଟି ଶତକ ହାସଲ କରିଛନ୍ତି। 

ତିଲକ ରୋହିତଙ୍କ ଏକ ବିଶେଷ ରେକର୍ଡ ଭାଙ୍ଗିଥିଲେ। ଭାରତ ପାଇଁ ସବୁଠୁ ବଡ ଟି-୨୦ ସ୍କୋର କରିବାରେ ସେ ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ମ୍ୟାଚରେ ତିଲକ ଅପରାଜିତ ୧୨୦ ରନ ସଂଗ୍ରହ କରିଛନ୍ତି। ରୋହିତଙ୍କ ସର୍ବାଧିକ ସ୍କୋର ହେଉଛି ୧୧୮ ରନ। ସେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ଟିମ ଇଣ୍ଡିଆ ପାଇଁ ସର୍ବାଧିକ ଟି-୨୦ ସ୍କୋର କରିବାର ରେକର୍ଡ ଶୁଭମାନ ଗିଲଙ୍କ ନାମରେ ଅଛି। ୨୦୨୩ରେ ଗିଲ ଅପରାଜିତ ୧୨୬ ରନ ସ୍କୋର କରିଥିଲେ।

ତିଲକ ରୋହିତ ଏବଂ ସାମସନଙ୍କ ଏକ ସ୍ବତନ୍ତ୍ର ରେକର୍ଡ ସହିତ ସମକକ୍ଷ ହୋଇଛି। ଅନ୍ତର୍ଜାତୀୟ ଟି-୨୦ ଇନିଂସରେ ସର୍ବାଧିକ ୬ଟି ଛକା ମାରିବା ଦୃଷ୍ଟିରୁ ତିଲକ ଉଭୟଙ୍କୁ ସମାନ କରିଛନ୍ତି। ରୋହିତ ଏବଂ ସାମସନ ପ୍ରତ୍ୟେକ ୧୦ଟି ଛକା ମାରିଛନ୍ତି। ତିଲକ ମଧ୍ୟ ଏହି କୀର୍ତ୍ତିମାନ କରିଛନ୍ତି। ଏହି ତାଲିକାରେ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ୯ଟି ଛକା ମାରିଥିଲେ।

ଏହାପୂର୍ବରୁ ସାମସନ ଓ ରୋହିତ ଗୋଟିଏ ଇନିଂସ୍ରେ ୧୦ଟି ଲେଖାଏ ଛକ୍କା ମାରିଥିଲେ। ଆଉ ଶୁକ୍ରବାର ମ୍ୟାଚ୍ରେ ତିଲକ ମଧ୍ୟ ୧୦ଟି ଛକ୍କା ମାରି ଉଭୟ ବ୍ୟାଟରଙ୍କ ରେକର୍ଡ ବରାବର ହୋଇଛନ୍ତି। ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି। ସେ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ୯ଟି ଛକ୍କା ମାରିଥିଲେ। ସେହିପରି ତିଲକ ବର୍ମା ମଧ୍ୟ ଟି-୨୦ ସିିରିଜରେ ଲଗାତର ଦୁଇଟି ଶତକ ହାସଲ କରି ରେକର୍ଡ କରିଛନ୍ତି।

​​​​​​