ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ବି ସେମିଫାଇନାଲରେ ପହଞ୍ଚି ପାରିବ ଭାରତ, ଦେଖନ୍ତୁ କଣ ରହିଛି ଏହାର ସମୀକରଣ

 

ଚଳିତବର୍ଷର ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଟାଇଟେଲ ଫେଭରାଇଟର ମାନ୍ୟତା ଦିଆଯାଇଥିଲା। କିନ୍ତୁ, ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଏବଂ ଦ୍ଵିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶୋଚନୀୟ ପରାଜୟ ବରଣ କରିବା ପରେ ଭାରତର ସେମିଫାଇନାଲ ଆଶା କ୍ଷୀଣ ହୋଇଯାଇଛି। ଦୁଇ ଦୁଇଟି ବୃହତ ପରାଜୟ ପରେ ଭାରତର ସେମିଫାଇନାଲ ଯାତ୍ରା କଣ୍ଟକିତ ହୋଇଯାଇଥିଲେ ହେଁ ଏବେ ମଧ୍ୟ ଏହା ସମ୍ଭବ ହୋଇପାରିବ। 

ଆଜ୍ଞା ହଁ ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାରିବା ପରେ ମଧ୍ୟ ଭାରତ ସେମିଫାଇନାଲକୁ ଯାଇ ପାରିବ। ଏଥିପାଇଁ ଭାରତକୁ ନିଜର ଆଗାମୀ ତିନୋଟି ମ୍ୟାଚ ଜିତିବାକୁ ହେବ। ସେହିପରି ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ଭିତରେ ହେବାକୁ ଥିବା ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଆଫଘାନିସ୍ତାନ ହରାଇବାକୁ ହେବ। ଏପରି ହେଲେ ଭାରତ ଫାଇଦାରେ ରହିବ ଏବଂ ଏହାର ଆଶା ଉଜ୍ବଳ ରହିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ନିଜର ପ୍ରଥମ ତିନୋଟି ମ୍ୟାଚ ଜିତି ସେମିଫାଇନାଲ ରାସ୍ତା ପରିଷ୍କାର କରି ସାରିଛି। ତେବେ, ଯଦି ଭାରତ ନିଜର ଆଗାମୀ ତିନୋଟି ମ୍ୟାଚ ଜିତିଯାଏ ଏବଂ ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଏ ତେବେ ଏହି ତିନୋଟି ଦଳ ସେମିଫାଇନାଲ ରେସରେ ବଳବତ୍ତର ରହିବେ। ଏପରି କ୍ଷତ୍ରରେ ରନ୍ ରେଟ୍ ହିସାବରେ ଦଳ ଆଗକୁ ବଢିପାରିବ। ତେଣୁ, ଭାରତକୁ ନିଜର ଆଗାମୀ ତିନୋଟି ମ୍ୟାଚରେ ବଡ଼ ବ୍ୟବଧାନରେ ଜିତିବାକୁ ହେବ।