ସାଉଥ୍ ଆଫ୍ରିକା ସହ ODI ସିରିଜ୍ ପାଇଁ ଦଳ ଘୋଷିତ: ଖେଳିବେନି ରୋହିତ ଏହି ଯୁବ ଖେଳାଳିଙ୍କୁ ମିଳିଲା ମଉକା ଦେଖନ୍ତୁ ପୂରା ଦଳ

 

ଦକ୍ଷିଣଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜିତି ଭାରତ ଏହି ଟୁରରେ ଦମଦାର ଆରମ୍ଭ କରିଥିବା ବେଳେ ଆଗକୁ ଖେଳା ଯିବାକୁ ଥିବା ତିନୋଟି ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦିନିକିଆ ସିରିଜ ପାଇଁ ଅନେକ ଯୁବ ଖେଳାଳିଙ୍କୁ ମଉକା ମିଳିଥିବା ବେଳେ ନୂତନ ଅଧିନାୟକ ରୋହିତ ଶର୍ମାଙ୍କ ସମେତ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

ପୂର୍ବରୁ ଆଘାତ ଜନିତ ସମସ୍ୟା ପାଇଁ ରୋହିତ ଟେଷ୍ଟ ସିରିଜରୁ ବାଦ ପଡିଥିବା ବେଳେ ଏବେ ମଧ୍ୟ ସମାନ କାରଣରୁ ଦିନିକିଆ ସିରିଜରୁ ବାଦ ପଡିଛନ୍ତି। ଏହା ବ୍ୟତୀତ ଆହତ ସମସ୍ୟା ସହ ଲଢ଼ୁଥିବା ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ। କିନ୍ତୁ, ଏହି ଦିନିକିଆ ସିରିଜରେ ଓପନର୍ ଶିଖର ଧବନ ଦଳକୁ ଫେରିଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ କେଏଲ ରାହୁଲଙ୍କୁ ଅଧିନାୟକ ଏବଂ ଯଶପ୍ରୀତ ବୁମରାହଙ୍କୁ ଉପଅଧିନାୟକ ଘୋଷିତ କରାଯାଇଛି।

ସେହିପରି ପ୍ରଥମ ଟେଷ୍ଟରେ ଚମତ୍କାର ବୋଲିଂ କରିଥିବା ମହମ୍ମଦ ସାମୀଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକୱାଡ଼, ଭେଙ୍କଟେଶ୍ ଆୟର ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ମଉକା ମିଳିଛି। ଭାରତୀୟ ଦଳ:- ଶିଖର ଧଓ୍ବନ, ଋତୁରାଜ ଗାଏକ୍ବାଡ,ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେସ ଆୟର, ଋଷଭ ପନ୍ତ, ଇଶାନ କିଷନ, ଯୁଜବେନ୍ଦ୍ର ଚହଲ, ଆର.ଅଶ୍ବୀନ, ଓ୍ବାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର।