ଦିନିକିଆରେ ରୋହିତ ଓ କୋହଲୀଙ୍କ ପ୍ରଦର୍ଶନ ଦେଖି ଗାଙ୍ଗୁଲି ଦେଲେ ଏପରି ମନ୍ତବ୍ୟ, କହିଲେ ଦୁହିଁଙ୍କ ମଧ୍ୟରରୁ ଏହି ଖେଳାଳି ହେଉଛି ଶକ୍ତିଶାଳୀ

ଅଷ୍ଟ୍ରେଲିଆର ଆଡିଲେଡ୍ ଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟ ସତ୍ତ୍ୱେ ପୁଣି ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ବିଶାଳ୨୯୯ରନର ବିଜୟ ଲକ୍ଷ୍ୟ ରଖିଛି। ଦ୍ଵିତୀୟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି। ଭାରତୀୟ ଦଳ ସିରିଜରେ ଏବେ ୦-୧ରେ ପଛୁଆ ରହିଛି ଏବଂ ପ୍ରଥମ ମ୍ୟାଚରେ ଦଳ ୩୪ ରନରେ ଘରୋଇ ଦଳଠୁ ପରାଜିତ ହୋଇଛି।
 

ଅଷ୍ଟ୍ରେଲିଆର ଆଡିଲେଡ୍‌ ଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍‌ରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟ ସତ୍ତ୍ୱେ ପୁଣି ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ବିଶାଳ୨୯୯ରନର ବିଜୟ ଲକ୍ଷ୍ୟ ରଖିଛି। ଦ୍ଵିତୀୟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓପନିଂ ବ୍ୟାଟସମ୍ୟାନ  ରୋହିତ ଶର୍ମାଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି। ଭାରତୀୟ ଦଳ ସିରିଜରେ ଏବେ ୦-୧ରେ ପଛୁଆ ରହିଛି ଏବଂ ପ୍ରଥମ ମ୍ୟାଚରେ ଦଳ ୩୪ ରନରେ ଘରୋଇ ଦଳଠୁ ପରାଜିତ ହୋଇଛି। ଏହି ମ୍ୟାଚରେ ରୋହିତ ଶର୍ମା ଭାରତୀୟ ଦଳର ବିଜୟ ଆଶାକୁ ଅନ୍ତିମ ସମୟ ପର‌୍ୟ୍ୟନ୍ତ ଜାରି ରଖିଥିଲେ ଏବଂ ସେ ନିଜର ଦିନିକିଆ କ୍ୟାରିୟରରେ  ୨୨ମ ଶତକ ମଧ୍ୟ ହାସଲ କରିଥିଲେ।

ମାତ୍ର ରୋହିତଙ୍କୁ ଧୋନୀଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ ପକ୍ଷରୁ ସହାୟତା ମିଳିନଥିଲା ଏବଂ ଦଳ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା। ଦ୍ଵିତୀୟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ରଣନୀତି ଉପରେ ଆଲୋଚନା କରି ଗାଙ୍ଗୁଲି କହିଛନ୍ତି ଯେ ସୀମିତ ଓଭର କ୍ରିକେଟରେ ବିରାଟ କୋହଲି ଯେତିକି ଶକ୍ତିଶାଳୀ ଭାରତର ଉପଅଧିନାୟକ ରୋହିତ ଶର୍ମା ମଧ୍ୟ ସେତିକି ଶକ୍ତିଶାଳୀ।

ଗାଙ୍ଗୁଲି ଇଣ୍ଡିଆ ଟିଭିର ଏକ କାର୍ଯ୍ୟକ୍ରମରେ ଆସନ୍ତାକାଲି ଆଡିଲେଡରେ ଖେଳା ଯିବାକୁ ଥିବା ଦ୍ଵିତୀୟ ମ୍ୟାଚ୍ ପୂର୍ବରୁ  ଭାରତୀୟ ଦଳର ରଣନୀତି ଉପରେ ଚର୍ଚ୍ଚା କରୁଥିଲେ। ରୋହିତଙ୍କ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଗାଙ୍ଗୁଲି କହିଛନ୍ତି ଯେ, ରୋହିତ ଶର୍ମା ଭାରତର ଚମ୍ପିଆନ ଖେଳାଳିଙ୍କ ମଧ୍ୟରୁ ଜଣେ। ସେ ପ୍ରାୟ ୨୦୦ ଦିନିକିଆ ୧୯୪ଟି ପାଳିରୁ ୨୨ ଶତକ ପୂରା କରିଛନ୍ତି ଏବଂ ଏହି ବ୍ୟାଟସମ୍ୟାନ ସମଗ୍ର ଦୁନିଆରେ ଭାରତ ପାଇଁ ରନ କରିଛନ୍ତି। ତେଣୁ ରୋହିତଙ୍କୁ ଦୁର୍ବଳ ଭାବିବା ଉଚିତ୍ ନୁହେଁ।

ଗତ ମ୍ୟାଚରେ ରୋହିତ ୧୩୩ ରନର ଦମଦାର ପାଳି ଖେଳିଥିଲେ। ମ୍ୟାଚର ପ୍ରଥମ ୧୮ତମ ବଲରେ ନିଜର ଖାତା ଖୋଲିଥିଲେ। ତାଙ୍କୁ ମିଳିଥିବା ଫ୍ରି ହିଟ୍ ବଲରେ ଛକା ମାରି ସେ ନିଜର ଖାତା ଖୋଲିଥିଲେ। ଏହି ସମୟରେ ସେ ୬୨ଟି ବଲ୍ ଖେଳି ନିଜର ୫୦ ରନ ପୂରଣ କରିଥିଲେ। ନିଜର ଶତକ ସେ ୧୧୦ଟି ବଲରୁ ପୂରଣ କରିଥିଲେ। ଏହା ପରେ ୧୨୯ଟି ବଲରୁ ସେ ୧୩୩ ରନ କରି ଆଉଟ୍ ହୋଇଥିଲେ। ଏହି ପାଳିରେ ସେ ୧୦ ଚୌକା ଓ ୬ ଛକା ମାରିଥିଲେ।