ବର୍ଡର ଗାଭାସ୍କର ଟେଷ୍ଟରୁ ହଟିବେ ରୋହିତ୍ ଶର୍ମା! ବୁମ୍ରା ହେବେ ଭାରତର କ୍ୟାପଟେନ? ଜାଣନ୍ତୁ ପୁରା ଖବର

 

ଅଷ୍ଟ୍ରେଲିଆ-ଭାରତ ବର୍ଡର ଗାଭାସ୍କର ଟ୍ରଫି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ରିପୋର୍ଟ ମୁତାବକ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଖେଳିବା ନେଇ ସଂଶୟ ରହିଛି । ଏ ପର୍ଯ୍ୟନ୍ତ ଅବଶ୍ୟ ସ୍ପଷ୍ଟ ହୋଇନି ଯେ, ରୋହିତ ଖେଳିବେ କି ନାହିଁ । ଯଦି ସେ ନ ଖେଳିବେ ତେବେ ତାଙ୍କ ସ୍ଥାନରେ କିଏ ଓପିନଂ କରିବେ ସେ ନେଇ ଆଲୋଚନା ଜୋର ଧରିଛି ।

ତେବେ କେଏଲ ରାହୁଲ ଓ ଅଭିମନ୍ୟୁ ଈଶ୍ୱରନ ଏହି ଦୌଡରେ ଆଗରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏ ଟିମରେ ଏହି ଖେଳାଳି ସାମିଲ ହୋଇଛନ୍ତି । ତେବେ ଉଭୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ ।

ବାସ୍ତବରେ ବର୍ତ୍ତମାନ ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦ୍ୱିତୀୟ ଚାରି ଦିନିଆ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳାଯାଉଛି। ଏହି ଦ୍ୱିତୀୟ ମ୍ୟାଚ୍‌ରେ ବିସିସିଆଇ କେଏଲ ରାହୁଲ, ଧ୍ରୁଭ ଜୁରେଲ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ଭାରତ-ଏରେ ସାମିଲ କରିଥିଲା। ଏହି ତିନୋଟି ଖେଳାଳି ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫିର ଏକ ଅଂଶ। କିନ୍ତୁ କେ.ଏଲ୍ ରାହୁଲ ଏବଂ ଅଭିମନ୍ୟୁ ଇଶ୍ଵରନଙ୍କ ଖରାପ ଫର୍ମ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆର ଚିନ୍ତା ବଢାଇ ଦେଇଛି।

ଅଭିମନ୍ୟୁ ରଣଜୀ ଟ୍ରଫିରେ ଉତରପ୍ରଦେଶ ବିପକ୍ଷରେ ୧୨୭ ଏବଂ ଦୁଲୀପ ଟ୍ରଫିରେ ୧୯୧ ରନର ଇନିଂସ ଖେଳି ପ୍ରଭାବିତ କରିଛନ୍ତି । ରୋହିତ ଯଦି ପ୍ରଥମ ଟେଷ୍ଟ ନ ଖେଳିବେ ତେବେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇ ଯଶପ୍ରୀତ ବୁମରାହଙ୍କୁ ଦାୟିତ୍ୱ ପ୍ରଦାନ କରାଯାଉ ବୋଲି ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ଅଷ୍ଟ୍ରେଲିଆକୁ ତାର ମାଟିରେ ୪-୦ରେ ହରାଇବାକୁ ପଡିବ । ଯାହାକି ଏତେ ସହଜ ମନେ ହେଉନି ।

ପ୍ରଥମ ଶ୍ରେଣୀ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ଅଭିମନ୍ୟୁ ଈଶ୍ବରନଙ୍କୁ ଟିମ୍ ଇଣ୍ଡିଆରେ ରୋହିତ ଶର୍ମାଙ୍କ ସ୍ଥାନ ବୋଲି କୁହାଯାଉଛି। ଖବର ଅନୁଯାୟୀ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅନୁପସ୍ଥିତ ରହିପାରନ୍ତି। ଭାରତୀୟ ଅଧିନାୟକଙ୍କ ଅନୁପସ୍ଥିତିରେ ଅଭିମନ୍ୟୁ ଇଶ୍ଵରନ୍ ଓପନର୍ ଭାବରେ ଦେଖାଯାଇପାରନ୍ତି, କିନ୍ତୁ ତାଙ୍କର ଖରାପ ଫର୍ମ ଚିନ୍ତାର କାରଣ ହୋଇଛି।