ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର କ୍ୟାପଟେନ୍ ରହିପାରିବେନି ରୋହିତ ଶର୍ମା, ଜାଣନ୍ତୁ କାହିଁକି, ସ୍ଥାନ ନେବେ ଏହି ଷ୍ଟାର୍ ଯୁବ ଖେଳାଳି

 

ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ହିଟମ୍ୟାନ୍ ଭାବରେ ପରିଚିତ ରୋହିତ ଶର୍ମାଙ୍କୁ ବର୍ତ୍ତମାନ ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବରେ ଚୟନ କରାଯାଇଛି। ବିରାଟ କୋହଲି ଟି-୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ି ଦେଇଥିବାରୁ ରୋହିତଙ୍କୁ ଏହି ବଡ଼ ସୁଯୋଗ ମିଳିଛି। ବର୍ତ୍ତମାନ ସମୟ ପାଇଁ ଅଧିନାୟକ ଭାବରେ ରୋହିତ ଭଲ ବିକଳ୍ପ ହୋଇଥିଲେ ହେଁ କେତେଦିନ ପାଇଁ ସେ ଏହି ପଦରେ ରହିପାରିବେ ତାହା ଏକ ବଡ଼ ପ୍ରଶ୍ନ ଅଟେ।

ସେହିପରି ବିରାଟ ଦିନିକିଆ ଦଳର ଅଧିନାୟକ ପଦ ଛାଡିବା ପରେ କିଏ ଅଧିନାୟକ ହେବ ତାହା ଏକ ବଡ଼ ପ୍ରଶ୍ନ ଅଟେ। ବର୍ତ୍ତମାନ ରୋହିତଙ୍କୁ ୩୪ ବର୍ଷ ବୟସ ହୋଇଥିବାରୁ ଆଗାମୀ ୭-୮ ବର୍ଷର ଲମ୍ବା ସମୟ ପାଇଁ ତାଙ୍କୁ ଅଧିନାୟକ ଭାବରେ ରଖା ଯାଇପାରିବ ନାହିଁ। ବୟସ ସହିତ ସବୁ ଖେଳାଳିଙ୍କର ଫର୍ମ ଏବଂ ଫିଟନେସର ମାନ କମିଥାଏ ତେଣୁ ରୋହିତଙ୍କ ସହିତ ଏପରି ହେବାର ମଧ୍ୟ ସମ୍ଭାବନା ରହିଛି।

ଏପରି ପରିସ୍ଥିତିରେ ନିୟମିତ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତ ଭାରତର ଆଗାମୀ ଅଧିନାୟକ ହୋଇପାରନ୍ତି। ଋଷବଙ୍କୁ ଏବେ ମାତ୍ର ୨୪ ବର୍ଷ ବୟସ ହୋଇଥିବାରୁ ତାଙ୍କ ସାମ୍ନାରେ ଲମ୍ବା କ୍ରିକେଟ କ୍ୟାରିୟର ରହିଛି। ସେହିପରି ଋଷବ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ୍ ପାଇଁ ଅଧିନାୟକତ୍ୱ କରି ସାରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ଦଳ ଗତବର୍ଷ ଆଇପିଏଲ ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା।