କଣ ରୋହିତ ଶର୍ମା ପୂଜାରା ଙ୍କୁ ମ୍ୟାଚ ସମୟରେ ଗାଳି ଦେଇଥିଲେ ! ଏମିତି କହିଲେ ରୋହିତ ଙ୍କ ବିଷୟରେ ପୂଜାରା

ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଚାଲିଥିବା ମ୍ୟାଚ ରେ ଓପନର ଭାବେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଶତକ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍ ହାସଲ କରିଛନ୍ତି। ପୂର୍ବରୁ ୫୩ତମ ସ୍ଥାନରେ ଥିବା ରୋହିତ ପ୍ରଥମ ଟେଷ୍ଟ ପରେ ୧୭ତମ ସ୍ଥାନକୁ ଉଠିଛନ୍ତି। ପ୍ରଥମ ଟେଷ୍ଟ ର ଚତୁର୍ଥ ଦିନ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୧୨୭ ରନ ର ବିସ୍ପୋଟକ ଇନିଙ୍ଗ
 

ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଚାଲିଥିବା ମ୍ୟାଚ ରେ ଓପନର ଭାବେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଶତକ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ପୂର୍ବରୁ ୫୩ତମ ସ୍ଥାନରେ ଥିବା ରୋହିତ ପ୍ରଥମ ଟେଷ୍ଟ ପରେ ୧୭ତମ ସ୍ଥାନକୁ ଉଠିଛନ୍ତି।

ପ୍ରଥମ ଟେଷ୍ଟ ର ଚତୁର୍ଥ ଦିନ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୧୨୭ ରନ ର ବିସ୍ପୋଟକ ଇନିଙ୍ଗ ଖେଳିଥିଲେ ଆଉ ଏହି ଟେଷ୍ଟ ରେ ସେ ଲଗାତାର ଦ୍ୱିତୀୟ ଶତକ ଲଗାଇଥିଲେ . ରୋହିତ ଙ୍କ ବ୍ୟତୀତ ପୂଜାରା ମଧ୍ୟ ୮୧ ରନ ର ଯୋଗଦାନ ଦେଇଥିଲେ। ଦିନ ର ଖେଳ ସମାପ୍ତ ହେବା ପରେ ପୂଜାରା ଙ୍କ ସହିତ କଥାବାର୍ତା କରା ଯାଇଥିଲା। ଜଉଥିରେ ସେ ରୋହିତ ଶର୍ମା ଙ୍କ ପ୍ରଶଂସା କରିଥିଲେ।

ଯେବେ ତାଙ୍କୁ ପଚରା ଯାଇଥିଲା-ମଇଦାନ ଉପରେ ରୋହିତ ଆପଣଙ୍କୁ ଗାଳି ଦେଇଥିଲେ ତେବେ ଆପଣଙ୍କ ରିଆକ୍ସନ କଣ ଥିଲା। ଏହି କଥା ଉପରେ ହସି ପଡ଼ିଥିଲେ ପୂଜାରା, ଆଉ ପୁଣି କହିଥିଲେ ଏହି କଥା ଗୁଡିକ ଆମେ ବ୍ୟବହାର କରିଥାଉ। ଏହା ଗାଳି ଦେବାର ଭାବନା ରେ କୁହା ଯାଇନଥିଲା . ଆମେ ପରସ୍ପର ମଧ୍ୟରେ ମଜାକ କରିଥାଉ, ଏମିତିରେ ଏପରି କଥା ପାଟି କୁ ଆସିଯାଇଥାଏ, ସେ ଗାଳି ଦେଇନଥିଲେ।

ରୋହିତ ଶର୍ମା ଙ୍କ ଏବେ ସବୁଠି ପ୍ରଶଂସା ହେଉଛି, କିନ୍ତୁ ଚତୁର୍ଥ ଦିନ ର ବ୍ୟାଟିଂ ସମୟରେ ସେ କିଛି ଏପରି କରିଥିଲେ କି ତାଙ୍କର ଏହି କାମ ଯୋଗୁଁ ତାଙ୍କୁ ଆଲୋଚନା ର ସାମ୍ନା କରିବାକୁ ପଡୁଛି। ଭାରତୀୟ ଦ୍ୱିତୀୟ ଇନିଙ୍ଗ ର ୨୬ତମ ଅଭର ସମୟରେ ସାଉଥ ଆଫ୍ରିକା ସ୍ପିନର ଡେନ ପିଏଦଟ ଙ୍କ ବୋଲ ଉପରେ ରୋହିତ ଶର୍ମା ଏକ ରନ ଚୁରାଇବା ପାଇଁ ଚାହିଁଥିଲେ, କିନ୍ତୁ ଅନ୍ୟ ପଟେ ଠିଆ ହୋଇଥିବା ପୂଜାରା ରନ ନେବାକୁ ମନା କରିଦେଲେ। ଯାହାପରେ ରୋହିତ ତାଙ୍କୁ କିଛି ଅପଶବ୍ଦ କହିଥିଲେ।