BCCI ଦେଲା ବଡ଼ ଜବାବ, କିଏ କରିଥିଲା କୋହଲିଙ୍କ ବିରୋଧରେ ଅଭିଯୋଗ ? କୋହଲି-ଅଶ୍ୱିନ କୁ ନେଇ ସତ ସାମ୍ନା କୁ ଆସିଲା

 

ଚଳିତ ବର୍ଷ ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଅଧିନାୟକ ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ପଦ ଛାଡ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ହିଁ କୋହଲିଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ତାଙ୍କର ଏହି ନିଷ୍ପତ୍ତି କୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ଜାରି ରହିଛି।

ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଏକ ବିବୃତ୍ତିରେ ତାଙ୍କ ନିଷ୍ପତ୍ତି ଘୋଷଣା କରିବାବେଳେ ତାଙ୍କ ଉପରେ ଥିବା ଅତ୍ୟଧିକ କାର୍ଯ୍ୟଭାରକୁ କମାଇବାକୁ ଏପରି ନିଷ୍ପତ୍ତି ନେଇଥିବା କୋହଲି କହିଛନ୍ତି। କିନ୍ତୁ, ନ୍ୟୁଜ୍ ଏଜେନ୍ସି IANS ର ଏକ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ବିରୋଧରେ ବିସିସିଆଇ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ତାଙ୍କ ଦଳରେ ଅସୁରକ୍ଷିତ ମନେ କରୁଛନ୍ତି ବୋଲି କହିଥିଲେ।

ତେବେ, ରିପୋର୍ଟ ଅନୁଯାଇ ବିରାଟଙ୍କ ବିପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ହିଁ ଅଭିଯୋଗ କରିଥିଲେ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବରଂ ବିଶ୍ୱକପ ଦଳରେ ଅଶ୍ୱିନଙ୍କ ବଦଳରେ ୟୁଜ଼ବେନ୍ଦ୍ର ଚହଲଙ୍କୁ ନେବାକୁ ଚାହୁଁଥିଲେ ବିରାଟ ଯାହାକୁ ମନୋନୟକାରୀ ମାନେ ପ୍ରତ୍ୟଖାନ କରିଥିଲେ। ଏହି ଘଟଣାର ସତ୍ୟାସତ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ହେଁ ଟିମ ଇଣ୍ଡିଆରେ ସବୁକିଛି ଠିକ ଥିବା ଏବଂ ଖେଳାଳି ମାନଙ୍କ ମଧ୍ୟରେ ଉଚିତ ସମ୍ବୟନ ଥିବା ନେଇ ସମସ୍ତେ ଆଶା କରୁଛନ୍ତି।