IPL 2021 SRH vs RCB: ସହଜରେ ବିଜୟ ହେବା ମ୍ୟାଚ ରେ ପରାଜୟର ମୁହଁ ଦେଖିଲା ହାଇଦ୍ରାବାଦ, ଏମିତି ଭାବରେ ଜିତିଲା ବାଙ୍ଗାଲୋର୍

 

ସନରାଇଜର୍ସ ହାଇଦ୍ରାବାଦ ଏବଂ ଆରସିବି ମଧ୍ୟରେ ଚାଲିଥିବା ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚରେ ବିରାଟ କୋହଲିଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ କୁ ୬ ରନ୍ ରେ ହରାଇ ଦେଇଛି। ଏଥି ସହିତ ବିରାଟ ବାହିନୀ ଏହାର କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।

ପ୍ରାଥମେ ବ୍ୟାଟିଂ କରି ବାଙ୍ଗାଲୋର ୧୪୯ ରନ୍ ସଂଗ୍ରହ କରିଥିଲା। ତେବେ ୧୫୦ ରନ୍‌ର ଟାର୍ଗେଟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇବା ସହ ମାତ୍ର ୧୪୩ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଅରେଞ୍ଜ ଆର୍ମି ପାଇଁ ଡେଭିଡ ୱାର୍ନର ସର୍ବାଧିକ ୫୪ ରନ୍ ସ୍କୋର କରିଥିବା ବେଳେ, ମନୀଷ ପାଣ୍ଡେ ୩୮ ରନର ଇନିଂସ ଖେଳିଥିଲେ।

ତେବେ ବମହାତୀ ସ୍ପିନର ଶାହାବାଜ ଅହମ୍ମଦ ଚମତ୍କାର ବୋଲିଂ କରିବା ସହ ୩ ଟି ୱିକେଟ ଅକ୍ତିଆର କରିଥିଲେ।  ଏଥିସହ ମହମ୍ମଦ ସିରାଜ ଏବଂ ହର୍ଷଲ ପଟେଲ ଉଭୟ ଦୁଇ ଦୁଇଟି ୱିକେଟ୍ ନେଇଥିଲେ ଏବଂ କାଇଲ ଜେମିସନଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।