ଅଶ୍ୱିନଙ୍କ ଆଇପିଏଲ୍ କୁ ଅଧାରେ ଛାଡିବାର ନିଷ୍ପତ୍ତି ବିଷୟରେ ପତ୍ନୀ ଟ୍ୱିଟ କରି କହିଲେ କିଛି ଏମିତି, ଦେଖନ୍ତୁ ଟ୍ୱିଟ 

 

ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଇପିଏଲ କୁ ଅଧାରେ ଛାଡ଼ି ପରିବାର ପାଖକୁ ଆସିବାର ନିଷ୍ପତ୍ତି ବିଷୟରେ ବଡ଼ ଖୁଲାସା କରିଛନ୍ତି ପତ୍ନୀ ପ୍ରୀତି ନାରାୟଣନ୍। ସେ କହିଛନ୍ତି ଯେ ଗତ ସପ୍ତାହରେ ତାଙ୍କ ପରିବାରର ଦଶ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଏଥିପାଇଁ ଅଶ୍ୱିନଙ୍କ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ କ୍ୟାପିଟାଲସ୍ ର ସ୍ପିନର ଅଶ୍ୱିନ ରବିବାର ଦିନ ଆଇପିଏଲ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରୀତି ଏକ ଟୁଇଟ୍ କରି କହିଛନ୍ତି ଯେ ତାଙ୍କ ପରିବାର ଏକ ବହୁତ ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି।