ପାକିସ୍ତାନୀ କ୍ରିକେଟର ଦିନକୁ ଖାଉଛନ୍ତି ୮ କେଜି ଛେଳି ମାଂସ..! ଖାଇବାକୁ ନେଇ ଉଠିଲା ପ୍ରଶ୍ନ, ଜାଣନ୍ତୁ ପୁରା ଖବର

 

ଚଳିତ ବିଶ୍ବକପ୍ ସିଜନରେ ପାକିସ୍ତାନର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି। ପାକିସ୍ତାନ ଦୁର୍ବଳ ଦଳ ଠାରୁ ମଧ୍ୟ ପରାଜୟ ବରଣ କରିଛି। ସମାଲୋଚନାର ପାତ୍ର ପାଲଟିଛି ପାକିସ୍ତାନ କ୍ରିକେଟ ଟିମ୍। ପାକିସ୍ତାନୀ ଜନତାଙ୍କ ସହିତ ପାକିସ୍ତାନୀ ଦଳର ଅଧିନାୟକ ମଧ୍ୟ କରିଛନ୍ତି କଟାକ୍ଷ।

ଗୋଟିଏ ପରେ ଗୋଟିଏ ପରାଜୟ ସ୍ବୀକାର କରୁଛି ଦଳ। ଏମିତି ନୁହେଁ କି ପାକିସ୍ତାନର ପରିସ୍ଥିତି ଏପରି ପୂର୍ବରୁ ଥିଲା । ଦିନ ଥିଲା ପାକିସ୍ତାନର ବି ଦବଦବା ଦେଖିବାକୁ ମିଳୁଥିଲା କ୍ରିକେଟ୍ ରାଇଜରେ । ହେଲେ ଏବେ କିନ୍ତୁ ପରିସ୍ଥିତି ସମ୍ପୂର୍ଣ ବଦଳି ଯାଇଛି।

ଏପରିକି ନିକଟରେ ହୋଇଥିବା ଏସିଆ ୱାର୍ଲ୍ଡ କପ୍ ରେ ମଧ୍ୟ ପାକିସ୍ତାନର ପରାଜୟ ହେତୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା ଦଳକୁ। ଦଳର ଏପରି ପରିସ୍ଥିତି ଦେଖି ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ୍ ଆକ୍ରମ୍ ପାକିସ୍ତାନୀ ଖେଳାଳିଙ୍କ ଦକ୍ଷତା ଓ ଫିଟନେସ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏକ ଟିଭି ପ୍ରୋଗ୍ରାମର ଇଣ୍ଟରଭିୟୁ ବେଳେ ସେ କହିଛନ୍ତି ପାକିସ୍ତାନୀ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଜଣା ପଡ଼ୁଛି ଯେ ଗତ ଦୁଇ ବର୍ଷ ହେଲା ଏହି ଖେଳାଳି ମାନେ ଫିଟନେସ ପରୀକ୍ଷା ପାଇଁ ଯାଇ ନାହାନ୍ତି । ଯଦି ମୁଁ ଏହି ଖେଳାଳି ମାନଙ୍କର ନାମ କୁହେ ତେବେ ତାଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ନଇଁଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଏହି ଖେଳାଳି ମାନେ ପ୍ରତିଦିନ ୮ କେଜି ଲେଖା ମତନ୍ ଖାନ୍ତି । ତେବେ ଏମାନଙ୍କ ଫିଟନେସ କୁଆଡେ ଯାଉଛି । କାରଣ ଏଥି ମଧ୍ୟରେ ଲଗାତାର ଭାବେ ପାକିସ୍ତାନ ଭାରତ , ଅଷ୍ଟ୍ରେଲିଆ ଓ ଆଫଗାନିସ୍ଥାନ ଠାରୁ ହାରି ଗଲାଣି।