ଭାରତକୁ ଫାଇନାଲରେ ପହଞ୍ଚାଇ ଥିବା ସାମୀଙ୍କ ଜୀବନରେ ଏମିତି ଥିଲା ଷ୍ଟ୍ରଗଲ, ସାହାଯ୍ୟ କରିଥିଲେ ରୋହିତ, ଜାଣନ୍ତୁ ପୁରା ଖବର

 

ସରିଯାଇଛି ବିଶ୍ବକପ୍। ଭାରତକୁ ହରାଇ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ। ହେଲେ ନିଉଜଲ୍ୟାଣ୍ଡ ବିପକ୍ଷରେ ଭାରତର ସେମି ଫାଇନାଲ ମ୍ୟାଚ୍ ଏକ ସ୍ମରଣୀୟ ଦିବସ ହୋଇ ରହିବ କ୍ରିକେଟ୍ ଇତିହାସରେ । ହେଲେ କଣ ଆପଣ ଜାଣନ୍ତି କି ସେମି ଫାଇନାଲର ଏହି ମ୍ୟାଚ୍ ରେ ଭାରତକୁ ଜିତାଇବାରେ କେଉଁ ଖେଳାଳିଙ୍କର ସବୁଠାରୁ ଅଧିକ ଭୂମିକା ରହିଥିଲା । ସେହି ଖେଳାଳି ଜଣକ ହେଉଛନ୍ତି ମହମ୍ମଦ ଶାମୀ । ଶାମିଙ୍କର ଏହି ୭ ଉଇକେଟ ଆଗରେ ଫିକା ପଡ଼ିଯାଇଛି କୋହଲିଙ୍କ ଶତକ ।

ନିଉଜଲ୍ୟାଣ୍ଡ ବିପକ୍ଷରେ ଥିବା ଏହି ସେମି ଫାଇନାଲ ମ୍ୟାଚ୍ ରେ ଶାମି ୭ଟା ଉଇକେଟ୍ ନେଇ ଟିମ୍ ଇଣ୍ଡିଆକୁ ବିଜୟର ମୁକୁଟ ପିନ୍ଧାଇ ଥିଲେ । ଯାହା ହୁଏ ତ ଚିର ଦିନ ସ୍ମରଣୀୟ ହୋଇ ରହିବ । ଶାମି ପୁର୍ବରୁ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ହେଲେ ତାଙ୍କର ଏହି କ୍ରିକେଟ୍ ଜର୍ଣିରେ ତାଙ୍କୁ ବହୁ ଉଥାନ ପତନର ସାମ୍ନା କରିବାକୁ ପଡିଥିଲା ।

ସାମି ନିଜେ ଏହା କହିଛନ୍ତି ଯେ ତାଙ୍କ ଜୀବନରେ ଏମିତି କିଛି ପରିସ୍ଥିତି ଚାଲି ଥିଲା ଯେ ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି । ହେଲେ ସେ ସମୟରେ ତାଙ୍କ ପରିବାର ଲୋକେ , ତାଙ୍କ ଭାଇ ଓ ତାଙ୍କର କିଛି ସାଙ୍ଗ ତାଙ୍କୁ ବହୁ ସହଯୋଗ କରିଥିଲେ । ତାଙ୍କୁ ଏକୁଟିଆ ରହିବାକୁ ଦିଆଯାଉ ନ ଥିଲା । ହେଲେ ଯଦି ସେହି ସମୟରେ ସେ କିଛି ସୁଯୋଗ ପାଇଥାନ୍ତେ ତେବେ ସେ କିଛି ଭୟଙ୍କର ଘଟାଇ ଦେଇଥାନ୍ତେ ନିଜ ସହିତ ବୋଲି ସେ ସ୍ବୀକାର କରିଛନ୍ତି ।

୨୦୨୦ କରୋନା ସମୟରେ ମହମ୍ମଦ ସାମି ରୋହିତ ଶର୍ମାଙ୍କ ସହିତ ଇନଷ୍ଟାଗ୍ରାମ ଲାଇଭ୍ ରେ ଯୋଡ଼ି ହୋଇ ଥିଲେ । ଲାଇଭ୍ ରେ ରହିଥିବା ବେଳେ ସାମି ତାଙ୍କ ଜୀବନର ସମସ୍ତ ଦୁଃଖଦ ଘଟଣା କହିଥିଲେ ଦର୍ଶକଙ୍କୁ । ସେ କହିଥିଲେ ୨୦୧୫ ରେ ମୁଁ ଆହତ ଥିଲି । ଦଳକୁ ଫେରିବା ପାଇଁ ମତେ ପ୍ରାୟ ୧୮ ମାସ ସମୟ ଲାଗିଥିଲା । ଯାହାକି ମୋ ଜୀବନର ସବୁଠାରୁ କଠିନ ସମୟ ଥିଲା । ଏହା ଛଡ଼ା ମୋର ଅନେକ ପାରିବାରିକ ସମସ୍ୟା ମଧ୍ୟ ରହିଥିଲା । ଏପରିକି ଆଇପିଏଲ ୧୦ ରୁ ୧୨ ଦିନ ପୂର୍ବରୁ ମୁ ଦୁର୍ଘଟଣାର ସାମ୍ନା କରିଥିଲି ।

ଏହି ସମୟରେ ମୋର ବଞ୍ଚିବା ବହୁ କଷ୍ଟକର ହୋଇଥିଲା । ମୁଁ ପ୍ରାୟ ୩ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲି । ହେଲେ ମୋ ପରିବାର ସବୁ ବେଳେ ମୋ ପାଖେ ପାଖେ ରହି ମତେ ସୁରକ୍ଷା ଦେଉଥିଲେ । ଯେଉଁଥି ପାଇଁ ମୁଁ ସବୁଦିନ ତାଙ୍କ ପାଖରେ ରୁଣି ରହିବ ।