ଦେଖନ୍ତୁ ଭିଡ଼ିଓ: ବୋଲ୍ଡ ଆଉଟ ହେବାପରେ ମଧ୍ୟ ବଲଟିକୁ ବୁଝି ପାରିଲେନି ମ୍ୟାକ୍ସୱେଲ୍, ଦେଲେ ଏଭଳି ରିଆକ୍ସନ, ଭାଇରାଲ ହୋଇଗଲା ଭିଡ଼ିଓ

 

ଆଇପିଏଲ ୨୦୨୧ ର ୨୬ ତମ ମ୍ୟାଚ୍ ରେ ପଞ୍ଜାବ କିଙ୍ଗସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୩୪ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ହରପ୍ରୀତ ବ୍ରାର୍ ନିଜର ଅଲରାଉଣ୍ଡ ଖେଳ ସହିତ ପଞ୍ଜାବ ପାଇଁ ମ୍ୟାଚ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚ୍‌ରେ ସେ ତାଙ୍କ ନାମରେ ଅନେକ ବଡ଼ ୱିକେଟ୍ ହାସଲ କରି ନେଇଥିଲେ।

ପଞ୍ଜାବର ଯୁବ ଅଲରାଉଣ୍ଡର ହରପ୍ରୀତ ବ୍ରାର୍ ପ୍ରଥମେ ବ୍ୟାଟିଂ କରି ୧୭ ବଲରୁ ଅପରାଜିତ ୨୫ ରନ କରିଥିଲେ। ଏହା ପରେ ସେ ବୋଲିଂ କରି ୪ ଓଭରରେ ୧୯ ରନ୍ ଦେଇ ତିନୋଟି ୱିକେଟ୍ ହାସଲ କରିଥିଲେ। ବ୍ରାର୍ ତାଙ୍କ ବୋଲିଂ ସମୟରେ ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଏବି ଡି ଭିଲିୟର୍ସଙ୍କ ବଡ ୱିକେଟ୍ ହାସଲ କରିଥିଲେ।