୨୦୧୯ ବିଶ୍ୱକପ ଭଳି ଏଥର ବି ହେବ କି ବାଉଣ୍ଡ୍ରି କାଉଣ୍ଟ? ଜାଣନ୍ତୁ ମ୍ୟାଚ ଟାଇ ହେଲେ କଣ ରହିଛି ନିୟମ

 

୨୦୨୩ ବିଶ୍ଵ କପ୍ ର ସେମି ଫାଇନାଲ ମ୍ୟାଚରେ ନିଉଜଲାଣ୍ଡକୁ ହରାଇ ଫାଇନାଲରେ ଏଣ୍ଟର କରିଛି ଭାରତ । ପୁଣି ସେପଟେ ସାଉଥ୍ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ମ୍ୟାଚ୍ ରେ ଅଷ୍ଟ୍ରେଲିଆ ସାଉଥ୍ ଆଫ୍ରିକାକୁ ହରାଇ ଫାଇନାଲରେ ଇଣ୍ଡିଆ ବିରୋଧରେ ଖେଳିବାକୁ ଯାଉଛି । 

ତେବେ ଏହି ଫାଇନାଲ ମ୍ୟାଚ୍ କୁ ନେଇ ଉଠୁଛି ଏକ ବଡ ପ୍ରଶ୍ନ । ଯଦି ମ୍ୟାଚ୍ ଟାଇ ହୁଏ ତେବେ କିପରି ଘୋଷଣା କରାଯିବ ବିଜେତା ଟିମ୍ । ସ୍କୋର ପଏଣ୍ଟ ଆଧାରରେ ନା ପରଫର୍ ମାନ୍ସ ଆଧାରରେ ।

ପୂର୍ବରୁ ଏହିଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଥିଲା ୨୦୧୯ ବିଶ୍ଵ କପ୍ ଫାଇନାଲ ମ୍ୟାଚରେ । ୨୦୧୯ ବିଶ୍ଵ କପ୍ ଫାଇନାଲ ମ୍ୟାଚ୍ ଇଂଲଣ୍ଡ ଏବଂ ନିଉଜଲ୍ୟାଣ୍ଡ ସହିତ ରହୁଥିବା ବେଳେ ମ୍ୟାଚ୍ ଟି ଟାଇ ହୋଇଥିଲା ।

ଯାହା ପରେ ଆଉ ଏକ ସୁପର୍ ଓଭର ଖେଳା ଯାଇଥିଲା । ଏହି ସୁପର୍ ଓଭର ମଧ୍ୟ ଟାଇ ହୋଇଥିଲା । ଯାହା ପରେ ବାଉଣ୍ଡ୍ରୀ ଗଣନା ଆଧାରରେ ଇଂଲଣ୍ଡକୁ ଚାମ୍ପିୟନ୍ ଘୋଷଣା କରା ଯାଇଥିଲା । ଯେଉଁଥି ପାଇଁ ଆଇସିସିକୁ ବହୁ ସମାଲୋଚନା କରା ଯାଇଥିଲା ।

ପୂର୍ବରୁ ସେହି ପରିସ୍ଥିତିକୁ ଆଖି ଆଗରେ ରଖି ଆଇସିସି ଏକ ନୂଆ ନିୟମ ଜାରି କରିଛି । ତେବେ ଏଥର ବିଶ୍ଵ କପ୍ ରେ ଫାଇନାଲ ମ୍ୟାଚରେ ଯଦି ଟାଇ ହେବ ତେବେ ମ୍ୟାଚର ଫଳାଫଳ ସ୍ଥିର କରିବା ପାଇଁ ଆଉ ଏକ ସୁପର ଓଭର ଖେଳାଯିବ ଏବଂ ସେଥିରେ ମଧ୍ୟ ଯଦି ଟାଇ ଦେଖାଯାଏ ତେବେ ଆଉ ଏକ ସୁପର ମ୍ୟାଚ୍ ଖେଳାଯିବ । କୌଣସି ଗୋଟିଏ ଦଳ ନ ଜିତିବା ପର୍ଯ୍ୟନ୍ତ ସୁପର୍ ଓଭର ଖେଳ ଜାରି ରହିବ ବୋଲି କହିଛି ଆଇସିସି ।