ଦେଖନ୍ତୁ ଭିଡ଼ିଓ: ମ୍ୟାଚ ମଝିରେ କମେଣ୍ଟ୍ରୀରେ ଇସା ଗୁହା ଦେଲେ ଅଶ୍ଲୀଳ ମନ୍ତବ୍ୟ: କହିଲେ, "ଆପଣଙ୍କର କେତେ ଲମ୍ବା ଯଦି ମୁଁ….

 

ଯଦି ଆପଣ କ୍ରିକେଟ ଖେଳ ଦେଖିବାକୁ ଭଲ ପାଆନ୍ତି ତେବେ ମହିଳା ଭାସ୍ୟକାର ଇସା ଗୁହାଙ୍କୁ ତ ନିଶ୍ଚିତ ଚିନ୍ହିଥିବେ। ଅନେକ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଭାସ୍ୟକାର ଭାବରେ କାମ କରି ସାରିଥିବା ଇସା ଏବେ ଏବେ ଏକ ନୂଆ ବିବାଦରେ ଫସି ଯାଇଛନ୍ତି। କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ଇସା ସଫ୍ଟ ସେକ୍ସଉଆଲ କମେଣ୍ଟ ଦେଇଥିବା ଅଭିଯୋଗ ହୋଇଛି। ଯାହାର ଏକ ଭିଡ଼ିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଅଷ୍ଟ୍ରେଲିଆରେ ବିଗ୍ ବ୍ୟାସ୍ ଲିଗ୍ ଚାଲିଥିବା ବେଳେ ଡିସେମ୍ବର ୧୨ ତାରିଖ ଦିନ ସିଡ୍ନୀ ଥଣ୍ଡର୍ସ ଏବଂ ମେଲବର୍ଣ ଷ୍ଟାର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଥିଲା। ଏହି ମ୍ୟାଚରେ ଭାସ୍ୟକାର ଭାବରେ ଇସା ଅନ୍ୟ ଦୁଇ ସାଥିଙ୍କ ସହିତ କାମ କରୁଥିଲେ। ଏହାରି ଭିତରେ ସ୍ପିନ ବୋଲିଂ ଏବଂ କ୍ୟାରମ୍ ବଲକୁ ନେଇ ଚର୍ଚ୍ଚା ହୋଇଥିଲା ଏବଂ ସାଥି ଭାସ୍ୟକାର ଜଣକ କହିଥିଲେ ଯେ,"ଯେଉଁ ଖେଳାଳିଙ୍କର ମଝି ଆଙ୍ଗୁଳି ଲମ୍ବା ଥାଏ ସେ ଭଲ କ୍ୟାରମ୍ ବଲ୍ ପକାଇ ପାରିବେ"।