ଅପେକ୍ଷାର ହେଲା ଅନ୍ତ ବିଦେଶରେ ନୁହଁ ଭାରତରେ ଖେଳାଯିବ ଆଇପିଏଲ, ଏହି ତାରିଖରେ ହେବ ପ୍ରଥମ ମ୍ୟାଚ

ଭାରତ ତଥା ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଲ ବିଦେଶରେ ହେବ ଭାରତରେ ସେ ନେଇ ଚାଲିଥିଲା ଆଲୋଚନା।ହେଲେ ବିସିସିଆଇର ପ୍ରଶାସନିକ କମିଟି ବା ସିଏଓ ଏହା ଉପରୁ ପରଦା ଉଠେଇଛନ୍ତି। ସେ କହିଛନ୍ତି ୨୦୧୯ର ଆଇପିଏଲ୍ ମ୍ୟାଚ୍ ଗୁଡ଼ିକ ଭାରତରେ ହିଁ ଖେଳାଯିବ। ଆଇପିଏଲ୍ର ୧୨ତମ ସଂସ୍କରଣର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ପୂର୍ବରୁ ଏପ୍ରିଲ କିମ୍ବା ମେ’ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ଜଣାପଡ଼ିଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ
 

ଭାରତ ତଥା ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଲ ବିଦେଶରେ ହେବ ଭାରତରେ ସେ ନେଇ ଚାଲିଥିଲା ଆଲୋଚନା।ହେଲେ ବିସିସିଆଇର ପ୍ରଶାସନିକ କମିଟି ବା ସିଏଓ ଏହା ଉପରୁ ପରଦା ଉଠେଇଛନ୍ତି। ସେ କହିଛନ୍ତି ୨୦୧୯ର ଆଇପିଏଲ୍‌ ମ୍ୟାଚ୍‌ ଗୁଡ଼ିକ ଭାରତରେ ହିଁ ଖେଳାଯିବ। ଆଇପିଏଲ୍‌ର ୧୨ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ।

ପୂର୍ବରୁ ଏପ୍ରିଲ କିମ୍ବା ମେ’ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ଜଣାପଡ଼ିଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ଆଇପିଏଲ୍‌କୁ ବାହାର ଦେଶରେ କରାଯିବାକୁ ବିସିସିଆଇ ଆଲୋଚନା କରୁଥିଲା। କିନ୍ତୁ ଏବେ ଆଇପିଏଲ୍‌ ପରେ ସାଧାରଣ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ୨୦୦୯ ଓ ୨୦୧୪ରେ ଆଇପିଏଲ୍‌ ବିଦେଶରେ ଖେଳା ଯାଇଥିଲା।

ବିସିସିଆଇ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ ୨୦୧୯ ଆଇପିଏଲ୍‌ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ତେବେ ଉପଯୁକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆଇପିଏଲ୍‌ର ଚୂଡ଼ାନ୍ତ ସୂଚୀ ପ୍ରସ୍ତୁତ କରାଯିବ। ଏଥିସହ ସିଏଓ ସୂଚୀ ପ୍ରସ୍ତୁତ କରିବା ପୂର୍ବରୁ ସମସ୍ତ ଷ୍ଟେକ୍‌ ହୋଲଡରଙ୍କ ସହ ଆଲୋଚନା କରିବ ବୋଲି ସୂଚନା ଦିଆଯାଇଛି। ସିଏଓ ଆଜି ଦିଲ୍ଲୀରେ ମାରାଥନ ବୈଠକ କରିବା ପରେ ସବୁ ଦିଗକୁ ଦୃଷ୍ଟିରେ ରଖି ଭାରତରେ ମ୍ୟାଚ୍‌ ହେବ ବୋଲି ସୂଚନା ଦିଆଯାଇଛି।