ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା, ଦଳରେ ସ୍ଥାନ ପାଇଲେନି ଏହି ୩ ଷ୍ଟାର୍ ଖେଳାଳିଙ୍କୁ, ଦେଖନ୍ତୁ ପୁରା ୧୫ ଜଣିଆ ଟିମ୍

 

ଟି -20 ବିଶ୍ୱକପ 2024 ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି। ଦୀର୍ଘ ଦିନ ଧରି ଆଲୋଚନା ପରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଦଳ ଘୋଷଣା କରିଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଜାତୀୟ ଚୟନ କମିଟି ଅନେକ ଖେଳାଳିଙ୍କ ଉପରେ ଆଲୋଚନା କରିଥିଲେ। ଶେଷରେ ଏହି 15 ଖେଳାଳିଙ୍କୁ ମନୋନୀତ କରାଯାଇଥିଲା।

ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଦାୟିତ୍ଵ ଦିଆଯାଇଛି। ସେ ଟି -20 ବିଶ୍ୱକପରେ ଦଳର ଉପ-ଅଧିନାୟକ ହେବେ। ଦଳରେ ୱିକେଟ୍ କିପର ଭାବରେ ଋଷଭ ପନ୍ତ ଏବଂ ସଞ୍ଜୁ ସାମସନଙ୍କୁ ସ୍ଥାନ ଦିଆଯାଇଛି। କେଏଲ ରାହୁଲଙ୍କୁ ଦଳରେ ସୁଯୋଗ ମିଳିନାହିଁ।  ଏହା ବ୍ୟତୀତ ଇଷାନ୍ କିଶାନ୍ ଓ ଶ୍ରେୟସ୍ ଆୟର୍ ଦଳରେ ସ୍ଥାନ ପାଇ ନାହାନ୍ତି। ଶୁଭମାନ ଗିଲ, ରିଙ୍କୁ ସିଂଙ୍କୁ ରିଜର୍ଭ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।

ଟି -20 ବିଶ୍ୱକପ 2024 ପାଇଁ ଭାରତ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ଅର୍ଶଦିପ୍ ସିଂହ, ସଞ୍ଜୁ ସାମସନ (ୱିକେଟ୍ କିପର), ମହମ୍ମଦ ସିରାଜ।

ରିଜର୍ଭ: ଶୁଭମନ୍ ଗିଲ, ରିଙ୍କୁ ସିଂ, ଖଲିଲ ଅହମ୍ମଦ, ଆବେଶ ଖାନ