ଧୋନୀ-କୋହଲୀ ଦେଲେ ଭାରତକୁ ବିଜୟ, ୬ ଓ୍ଵିକେଟ୍‌ରେ ଅଷ୍ଟ୍ରେଲିଆକୁ ହରେଇ ସିରିଜକୁ ଫେରିଲା ଭାରତ ଶତକ ମାରି କୋହଲୀ କରିଦେଲେ ଏହି ବଡ ରେକର୍ଡ

ଟିମ୍ ଇଣ୍ଡିଆ ପ୍ରଥମେ ଅଧିନାୟକ ବିରାଟ୍ କୋହଲିଙ୍କ ଶତକ ଓ ଶେଷ ଭାଗରେ ଭେଟରାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୬ ୱିକେଟ୍ରେ ଜିତି ନେଇଛି। ଧୋନି ଭାରତକୁ ମ୍ୟାଚ୍ ଜିତାଇବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏଥିସହ କାହିଁକି ସେ ଟିମ୍ ଇଣ୍ଡିଆରେ ରହିଛନ୍ତି, ତାହା ମଧ୍ୟ ପ୍ରମାଣିତ କରି ଦେଖାଇଛନ୍ତି। ଅନ୍ତିମ ଓଭରରେ ୭ ରନ୍ ଦରକାର ଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ
 

ଟିମ୍‌ ଇଣ୍ଡିଆ ପ୍ରଥମେ ଅଧିନାୟକ ବିରାଟ୍‌ କୋହଲିଙ୍କ ଶତକ ଓ ଶେଷ ଭାଗରେ ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୬ ୱିକେଟ୍‌ରେ ଜିତି ନେଇଛି। ଧୋନି ଭାରତକୁ ମ୍ୟାଚ୍‌ ଜିତାଇବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏଥିସହ କାହିଁକି ସେ ଟିମ୍‌ ଇଣ୍ଡିଆରେ ରହିଛନ୍ତି, ତାହା ମଧ୍ୟ ପ୍ରମାଣିତ କରି ଦେଖାଇଛନ୍ତି।

ଅନ୍ତିମ ଓଭରରେ ୭ ରନ୍‌ ଦରକାର ଥିବା ବେଳେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କୁଲ୍‌ ମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୫୫ ରନ୍‌ କରି ଶେଷ ଓଭରର ପ୍ରଥମ ବଲକୁ ଛକା ମାରି ପ୍ରଶଂସକଙ୍କ ମନରେ ଆଶାର ସଂଚାର ଆଣିଥିଲେ।  ଧୋନି ୨ୟ ବଲ୍‌ରେ ଆଉ ଗୋଟିଏ ରନ୍‌ କରି ଭାରତକୁ ବିଜୟୀ କରିଥିଲେ।ଭାରତ ୪୯.୨ ଓଭରରେ ଆବଶ୍ୟକ ଲକ୍ଷ୍ୟ ୨୯୯ ରନ୍‌ ପୂରା କରିଛି।

ଅଷ୍ଟ୍ରେଲିଆ ଦେଇଥିବା ୨୯୯ ରନ୍‌ର ବିଶାଳ ଟାର୍ଗେଟକୁ ପିଛା କରୁଥିବା ଟିମ୍‌ ଇଣ୍ଡିଆ ଭଲ ଆରମ୍ଭ କରିଥିଲା। ଦଳର ଦୁଇ ଓପନର୍‌ ଶିଖର ଧୱନ ଏବଂ ରୋହିତ ଶର୍ମା ପ୍ରଥମ ୱିକେଟ୍‌ ପାଇଁ ୭.୪ ଓଭର୍‌ରେ ୪୭ ରନ୍‌ ଯୋଡ଼ିଥିଲେ। ତେବେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରୁଥିବା ଧୱନ୍‌ ବ୍ୟକ୍ତିଗତ ୩୨ ରନ୍‌ କରି ପ୍ରଥମେ ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ରୋହିତ ଶର୍ମା ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୧ରେ ପହଞ୍ଚାଇଥିଲେ। ଏହି ସମୟରେ ୪୩ ରନ୍‌ କରିଥିବା ରୋହିତଙ୍କୁ ମାର୍କସ୍‌ ଷ୍ଟୋଇନିସ୍‌ ଆଉଟ୍‌ କରି ଭାରତକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ।

ବିରାଟ କୋହଲି ୧୦୪ ରନ୍‌, ୧୧୨ ବଲ ଖେଳି ସେ ୫ ଚୌକା ଏବଂ ୨ ଛକା ମାରିଥିଲେ। ରିଚାର୍ଡସନଙ୍କ ବଲ ମେକ୍ସେଓ୍ଵଲ୍‌ଙ୍କୁ କ୍ୟାଚ ଦେଇ କୋହଲି ପାଭଲିଅନ୍‌ ଫେରିଥିଲେ। ଇତି ମଧ୍ୟରେ ବିରାଟ୍‌ ନିଜ ଦିନିକିଆ କ୍ୟାରିୟର୍‌ର ୩୯ତମ ଶତକ ହାସଲ କରିଥିଲେ। ମେକ୍ସେଓ୍ଵଲଙ୍କ ବଲ ଷ୍ଟୋନିସଙ୍କୁ ଦେଇ ଅମ୍ବାତି ରାୟଡୁ (୨୪) ଆଉଟ୍‌ ହୋଇଥିଲେ। ଆଡିଲେଡ ମୁକାବିଲାରେ ଭାରତ ବିଜୟୀ ହେବା ପରେ ୩ ମ୍ୟାଚ ଦିନିକିଆର ଶୃଙ୍ଖଳା ଏବେ ୧-୧ରେ ପହଂଚିଛି। ଫାଇନାଲ ମୁକାବିଲା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଜାନୁଆରି ୧୮ରେ ଖେଳାଯିବ।