ପୁଣି ଭାରତ ପାକିସ୍ତାନ ଟକ୍କର! ଆଉଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଥରେ କି ଦୁଇ ଥର ନୁହେଁ, ଜାଣନ୍ତୁ ପୂରା ଖବର

 

ଚଳିତବର୍ଷ ଟି-୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ଲୋକେ ଚାତକ ପରି ଅପେକ୍ଷା କରି ରହିଥିଲେ। ପୂର୍ବରୁ ବିଶ୍ୱକପ ଇତିହାସରେ ଭାରତ ପାକିସ୍ତାନ ବିପକ୍ଷରେ ଅଜୟ ରହିଥିଲେ ହେଁ ଚଳିତ ବର୍ଷ ପାକିସ୍ତାନ ଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା। ଏହି ପରାଜୟକୁ ଭାରତବାସୀ ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ପାକିସ୍ତାନ ଠାରୁ ଆଗାମୀ ମ୍ୟାଚରେ ପ୍ରତିଶୋଧ ନେବାକୁ ଅପେକ୍ଷା କରି ବସିଛନ୍ତି।

ତେବେ, ଖୁବଶୀଘ୍ର ଭାରତ ଆଉ ଥରେ ପାକିସ୍ତାନକୁ ଭେଟିବାକୁ ଯାଉଛି। ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯିବ। ଭାରତ ଓ ପାକିସ୍ତାନ ଉଭୟ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ଦୁଇ ଦଳ ମଧ୍ୟରେ ମୁକାବିଲା ହେବା ପ୍ରାୟତଃ ନିଶ୍ଚୟ ଅଟେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୮୩ ମସିହାରୁ ଏସିଆ କପ୍ ଖେଳା ଯାଉଥିବା ବେଳେ ଶେଷଥର ପାଇଁ ଭାରତ ଏହି ଟୁର୍ଣ୍ଣାମେଣ୍ଟକୁ ଜିତିଥିଲା। ୨୦୧୮ ମସିହାରେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା। ହେଲେ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତ ପାକିସ୍ତାନକୁ ୯ ଓ୍ଵିକେଟ୍‌ରେ ହରାଇ ଦେଇଥିଲା।