ଭାଙ୍ଗିଲା ଭାରତର ବିଶ୍ଵକପ୍ ଜିତିବା ସ୍ୱପ୍ନ, ରୋହିତ୍ ଶର୍ମାଙ୍କ ଏହି ଭୁଲ୍ ପାଇଁ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ

 

ଲଗାତର ୧୦ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ କ୍ରିକେଟ ଟିମ କୋଟି କୋଟି ପ୍ରସଂଶକଙ୍କୁ ନିରାଶ କରିଛନ୍ତି। ୨୦୨୩ ବିଶ୍ୱକପ୍ ଜିତିବା ଆଶାକୁ ଧୂଳିସାତ କରିଦେଇଛନ୍ତି। ୬ ୱିକେଟ୍ ରେ ଅଷ୍ଟ୍ରେଲିଆ ଠାରୁ ହାରି ଯଇଛି ଭାରତ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ 2023 ର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। 

ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫାଇନାଲ୍ ମ୍ୟାଚ୍ ରେ ଟସ୍ ହରାଇବା ଏବଂ ପ୍ରଥମେ ବ୍ୟାଟିଂ କରିବା ପରେ ଭାରତୀୟ ଦଳ 50 ଓଭରରେ 10 ୱିକେଟ୍ ହରାଇ ମାତ୍ର 240 ରନ୍ ସ୍କୋର କରିବାରେ ସଫଳ ହୋଇଥିଲା।

ଏଥି ସହିତ ଟାର୍ଗେଟକୁ ପିଛା କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଦଳ ଚମତ୍କାର ବ୍ୟାଟିଂ କରି ମ୍ୟାଚକୁ ୬ ୱିକେଟରେ ଜିତି ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ୱକପ ଦଖଲ କରିଛି।  ଯେତେବେଳେ କି ଭାରତୀୟ ଦଳର ବିଶ୍ୱକପ ଜିତିବାର ସ୍ୱପ୍ନ ପୁଣି ଥରେ ଧ୍ୱଂସ ହୋଇଯାଇଛି। 

ପ୍ରଥମେ ଟଚ୍ ଜିତିବା ପରେ ଅଷ୍ଟ୍ରେଲିଆ ଟିମ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ‌ଦଳୀୟ ସ୍କୋର ୩୦ ରନ୍‌ ଥିବା ବେଳେ ଯୁବ ବ୍ୟାଟର ଗିଲ ମାତ୍ର ୪ ରନ୍‌ କରି ଆଉଟ ହୋଇଥିବାବେଳେ ଅଧିନାୟକ ରୋହିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। କିନ୍ତୁ ରୋହିତ ୪୭ ରନ କରି ଆଉଟ ହେବା ପରେ ରନ୍‌ର ଗତି ଧୀମେଇ ଯାଇଥିଲା। ଯାହା ବଡ଼ ସ୍କୋର୍ ହୋଇ ପାରି ନଥିଲା।

ସୂଚନାଯୋଗ୍ୟ ଯେ ଏହି ମ୍ୟାଚରେ ରୋହିତ ଶର୍ମା ବହୁତ ମୂର୍ଖତା ପ୍ରଦର୍ଶନ କରିଥିଲେ। ପ୍ରଥମେ ନିଜେ ବ୍ୟାଟିଂ କରୁଥିବାବେଳେ ସେ ହାସ୍ୟାସ୍ପଦ ସଟ୍ ଖେଳିଥିଲେ ଏବଂ ପୂର୍ବପରି ନିଜ ୱିକେଟ୍ ଦେଇ ଦେଇଥିଲେ। ଏହା ପରେ, ସେ ପୁନର୍ବାର ପ୍ଲେଇଂ ଏକାଦଶରେ ସୁର୍ଯ୍ୟ କୁମାରଙ୍କୁ ସୁଯୋଗ ଦେଇଥିଲେ, ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ଲପ୍ ହୋଇଆସୁଛନ୍ତି। ଶାର୍ଦ୍ଦୁଲଙ୍କୁ ସୂର୍ଯ୍ୟଙ୍କ ସ୍ଥାନରେ ସୁଯୋଗ ଦିଆଯାଇଥାନ୍ତା। ଏହା ସହିତ ବୋଲିଂ ବେଳେ ସେ ନୂଆ ବଲକୁ ଶାମିଙ୍କୁ ଦେଇଥିଲେ, ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଣା ବଲ ସହିତ ବୋଲିଂ କରୁଥିଲେ। ରୋହିତଙ୍କ ଏହି ନିଷ୍ପତ୍ତି ଯୋଗୁଁ ଭାରତର 12 ବର୍ଷର ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ।