ଯଦି ଏମିତି ହୁଏ ତାହାଲେ ପୁଣି ସେମିଫାଇନାଲରେ ମୁଁହା ମୁଁହି ହେବେ ଭାରତ ଓ ପକିସ୍ଥାନ! ଜାଣନ୍ତୁ ପୁରା ଖବର

 

ସେମିଫାଇନାଲରେ ପୁଣି ମୁହାଁ ମୁହିଁ ହେବେ ଭାରତ ଓ ପାକିସ୍ତାନ । ଆପଣ ମାନେ ପୁଣି ଦେଖିବାକୁ ପାଇବେ ଆଉ ଏକ ରୋମାଞ୍ଚକର ମ୍ୟାଚ୍ । କାରଣ ଏବେ ବି ସମ୍ଭାବନା ରହିଛି । କାରଣ ପାକିସ୍ତାନ ଏବେ ବି ସେମି ଫାଇନାଲର ଟ୍ରାକ ରେ ଦୌଡୁଛି।

ତେବେ ପାକିସ୍ତାନ ସେମି ଫାଇନାଲ ଖେଳିବାର ସମ୍ଭାବନା ବହୁ କମ୍ ରହିଥିବା ବେଳେ ତେବେ ଯଦି ଶେଷ ପର୍ଯ୍ୟାୟରେ କିଛି ଚମତ୍କାର ଦେଖାଇ ପାରେ ପାକିସ୍ତାନ ତେବେ ଖେଳ ଓଲଟି ପାରେ । ଏବେ ବିଶ୍ଵ କପ୍ ର ଅପରାଜୟ ଟିମ୍ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ଟିମ୍ କୁ ଧୂଳି ଚଟାଉଛି ।

ରବିବାର ଖେଳା ଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍ ର ରେକର୍ଡ ବ୍ୟବଧାନରେ ହରାଇ ଥିଲା । ଏହା ହେଉଛି ବିଶ୍ଵ କପ୍ ଇତିହାସର ସର୍ବ ବୃହତ୍ ବିଜୟ । ଭାରତ ଓ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ନିଉଜ୍ ଲାଣ୍ଡ , ପାକିସ୍ତାନ ଓ ଆଫଗାନିସ୍ତାନ ସେମିଫାଇନାଲ ର ଟ୍ରାକ ରେ ଦୌଡୁ ଛନ୍ତି ।

ତେବେ ପାକିସ୍ତାନ ଓ ଆଫଗାନିସ୍ତାନ ବିଷୟରେ କୌଣସି ସ୍ପଷ୍ଟତା ଦେଖିବାକୁ ମିଳୁ ନାହିଁ । ତେବେ ଭାରତ ସହିତ ସେମି ଫାଇନାଲରେ କିଏ ସାମ୍ନା ସାମ୍ନୀ ହେବ। 

ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଜିତି ଅପରାଜୟ ରହିଥିବା ଭାରତକୁ ଚେତାବନୀ ଦେଇଛନ୍ତି ପାକିସ୍ତାନୀ କ୍ରିକେଟର ମିସବା-ଉଲ-ହକ । ୨୦୦୩, ୨୦୧୫, ୨୦୧୯ ବିଶ୍ୱକପରେ ଭାରତ ଲିଗ ପର୍ଯ୍ୟାୟ ଭଲ ଖେଳିଥିଲେ ମଧ୍ୟ ନକ ଆଉଟ ପର୍ଯ୍ୟାୟରୁ ବିଦା ହୋଇଥିଲା । ତେଣୁ ଚଳିତ ବିଶ୍ୱକପରେ ସେଭଳି ହେବାର ଆଶଙ୍କା ଅଛି ବୋଲି କହିଛନ୍ତି ପାକିସ୍ତାନୀ କ୍ରିକେଟର ।