ନ୍ୟୁଜିଲାଣ୍ଡ ଜିତିବା ପରେ ମଧ୍ୟ ଏବେବି ପାକିସ୍ତାନ ଯାଇ ପାରିବ ସେମିଫାଇନାଲକୁ, ଖାଲି କରିବାକୁ ପଡ଼ିବ ଏହି ଚମତ୍କାର

 

ବିଶ୍ୱକପ୍ ୨୦୨୩ ର ୪୧ ତମ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୫ ୱିକେଟ୍ରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ନିଶ୍ଚିତ କରିଛି। ଏପର୍ଯ୍ୟନ୍ତ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଭଳି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ଭାରତ ସହ ମୁହାଁମୁହିଁ ହୋଇପାରେ।  ଏଥି ସହିତ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିବା ପ୍ରାୟ ଅସମ୍ଭବ।

ଯଦି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିବାକୁ ଚାହୁଁଛି, ତେବେ ନଭେମ୍ବର ୧୧ ରେ ଇଂଲଣ୍ଡକୁ ୨୮୭ ରନରେ ପରାସ୍ତ କରିବାକୁ ପଡିବ। ଟାର୍ଗେଟକୁ ପିଛା କରିବା ବେଳେ ୨୮୪ ବଲ ବାକି ରହି ମ୍ୟାଚକୁ ଜିତିବାକୁ ପଡିବ, ଯାହା ଅସମ୍ଭବ ମନେହୁଏ।  ଯଦି ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିବାକୁ ଚାହୁଁଛି, ତେବେ ଦକ୍ଷିଣ ଆଫ୍ରିକାକୁ ୪୩୮ ରନ୍ ବ୍ୟବଧାନରେ ପରାସ୍ତ କରିବାକୁ ପଡିବ।

ଶେଷ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ଶ୍ରୀଲଙ୍କା ମାତ୍ର ୧୭୧ ରନରେ ଦଳ ଅଲଆଉଟ ହୋଇଥିଲା। ତେବେ ଏହି ଛୋଟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ମାତ୍ର ୨୩.୨ ଓଭରରେ ଏହାକୁ ହାସଲ କରିବାରେ ସଫଳ ହୋଇଛି। ଦଳର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଏହି ମ୍ୟାଚକୁ ୫ୱିକେଟରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ ।

ଶ୍ରୀଲଙ୍କାକୁ ଚକମା ଦେଇ ବଡ଼ ବିଜୟ ହାସଲ କରିଛି କିୱି ଦଳ। ୧୭୨ ରନର ଏକ ଛୋଟ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୫ ୱିକେଟରେ ବିଜୟୀ ହୋଇଛି । ତେବେ ଅନ୍ୟ ପକ୍ଷରେ ପରାଜୟ ସହିତ ବିଶ୍ୱକପରୁ ବିଦାୟ ନେଇଛି ଶ୍ରୀଲଙ୍କା ଦଳ। ହାଇ ରନ୍ ରେଟ୍ ଥିବାରୁ ନ୍ୟୁଜିଲାଣ୍ଡ ସେମିଫାଇନାଲ ଯିବା ତୟ ହୋଇ ସାରିଛି। କାରଣ ପାକିସ୍ତାନ ଓ ଆଫଗାନିସ୍ତାନ ଏତେ ବଡ଼ ଆଧାରରେ ବିଜୟ ହେବା ଅସମ୍ଭବ ଅଟେ।

ଚଳିତ ବିଶ୍ୱକପରେ ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରିପାରିନାହିଁ। ସେ ୮ଟି ମ୍ୟାଚରୁ ୮ ପଏଣ୍ଟ ପାଇଛି ଏବଂ ସେମିଫାଇନାଲ ଦୌଡରୁ ଓହରିଯାଇଛି। ଏବେ ପାକିସ୍ତାନକୁ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ ଖେଳିବାକୁ ପଡିବ। ତେବେ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ଏକ ଅସମ୍ଭବ ଚମତ୍କାର କରିବାକୁ ପଡିବ।