ଦେଖନ୍ତୁ ଭିଡ଼ିଓ: ମ୍ୟାଚ ସମୟରେ କାନ୍ଦି ପକାଇଥିଲେ CSK ର ଏହି କୁନି ସମର୍ଥକ, ଧୋନି ଦେଲେ କିଛି ଏହି ଉପହାର

 

ଭାରତୀୟ ମାନଙ୍କ ପାଇଁ କ୍ରିକେଟ କେବଳ ଏକ ଖେଳ ନୁହେଁ ଏହା ସିଧାସଳଖ ଭାବରେ ସେମାନଙ୍କ ଭାବନା ସହିତ ଜଡ଼ିତ ଅଟେ। କ୍ରିକେଟ ପାଇଁ ଏତେ ମାତ୍ରାରେ ଉତ୍ସାହ ଏବଂ ଭାବପ୍ରବଣତା ବୋଧୂଏ ଅନ୍ୟ କୌଣସି ଦେଶରେ ଦେଖା ଯାଇନଥାଏ। ପୂର୍ବରୁ ଭାରତରେ ପ୍ରଶଂସକମାନଙ୍କ ଦ୍ୱାରା ସଚିନ ତେନ୍ଦୁଲକରଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଥିବା ଏବେ ଏମଏସ ଧୋନୀଙ୍କର କ୍ରେଜ୍ ମଧ୍ୟ କୌଣସି ମାତ୍ରାରେ କମ ନୁହେଁ।

ଏହାର ଏକ ଜ୍ୱଳନ୍ତ ଉଧାରଣ କାଲି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ଗତକାଲି ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚଳିତ ବର୍ଷ ଆଇପିଏଲର ପ୍ରଥମ କ୍ୱାଲିଫାୟର୍ ଖେଳା ଯାଇଥିଲା। ଏହି ମ୍ୟାଚ ଚାଲିଥିବା ସମୟରେ ଏକଦା ଚେନ୍ନାଇ ଦଳ ପରାଜୟର ଦ୍ୱାରଦେଶରେ ରହିଥିଲା ଏବଂ ଏହା ଦେଖି ସିଏସକେର ଜଣେ କୁନି ପ୍ରଶଂସକ କାନ୍ଦିବାକୁ ଲାଗିଥିଲେ। କ୍ୟାମେରାରେ ଏହି ଦୃଶ୍ୟ କଏଦ୍ ହେବା ପରେ ଏହା ଖୁବ ଭାଇରାଲ ହୋଇଥିଲା।

ତେବେ, ଅଧିନାୟକ ଧୋନି ତାଙ୍କ ଚିରାଚରିତ ଢଙ୍ଗରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଯାହା ଫଳରେ ଚେନ୍ନାଇ ଦଳ ଦୁଇଟି ବଲ ବାକି ଥାଇ ମ୍ୟାଚ ଜିତି ନେଇଥିଲା। ବହୁତ ଦିନ ପରେ ଧୋନିଙ୍କର ଏହି ବହୁବଳୀ ରୂପ ଦେଖିବାକୁ ମିଳିଥିବା ବେଳେ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଏହା କୌଣସି ସ୍ୱପ୍ନ ଠାରୁ କମ ନଥିଲା। ତେବେ, ଷ୍ଟାଡିଅମରେ ବସି କାନ୍ଦୁଥିବା ଝିଅଟିକୁ ମ୍ୟାଚ ପରେ ଧୋନି ଏକ ବଲ ସାଇନ୍ କରି ଦେଉଥିବାର ଦେଖିବାକୁ ମିଳିଥିଲା।