ଟିମ୍ ଇଣ୍ଡିଆର ସବୁଠାରୁ ଦାମୀ ଖେଳାଳି କିଏ? ଜାଣନ୍ତୁ ଭାରତୀୟ କେଉଁ କ୍ରିକେଟର କେତେ ଦରମା ପାଇଥାନ୍ତି ?

 

କଣ ଆପଣ ଜାଣନ୍ତି କି ଭାରତୀୟ କ୍ରିକେଟର ମାନଙ୍କର କେତେ ଦରମା ରହିଛି । ବର୍ଷ ସାରା ପ୍ରାୟ ଦେଶ ପାଇଁ ବିଭିନ୍ନ ପ୍ରକାରର ମ୍ୟାଚ୍ ଖେଳିଥାନ୍ତି ଏହି କ୍ରିକେଟର ମାନେ । ଯେଉଁଥି ପାଇଁ ସେମାନେ ବାର୍ଷିକ ଦରମା ପାଇଥାନ୍ତି ।

ଏହି ବାର୍ଷିକ ଦରମା ବିସିସିଆଇ ଦ୍ୱାରା ଧାର୍ଯ୍ୟ କରା ଯାଇଥାଏ । ତେବେ ଯଦି କୁହାଯାଏ ଇଂଲଣ୍ଡ ତାର ଖେଳାଳି ମାନଙ୍କୁ ସର୍ବାଧିକ ଦରମା ଦେଉଥିବା ବେଳେ ପାକିସ୍ତାନ ତା ଖେଳାଳୀ ମାନଙ୍କୁ ସର୍ବନିମ୍ନ ଦରମା ଦେଇଥାଏ।

ତେବେ ଆସନ୍ତୁ ଜାଣିବା ଭାରତୀୟ କ୍ରିକେଟ ଟିମ୍ ର କେଉଁ ଖେଳାଳି କେତେ ଦରମା ପାଇଥାନ୍ତି । ବିରାଟ କୋହଲି , ରୋହିତ ଶର୍ମା , ଜସପ୍ରିତ୍ ବୁମରା ଓ ରବୀନ୍ଦ୍ର ଜାଡେଜା ଏ ପ୍ଲସ ଗ୍ରେଡ ର ଖେଳାଳି ହୋଇଥିବା ବେଳେ ବିସିସିଆଇ ତାଙ୍କୁ ବାର୍ଷିକ ସାତ କୋଟି ଟଙ୍କା ଦେଇଥାଏ । ଏହା ଛଡ଼ା ବିରାଟ କୋହଲି ଦିନିକିଆ ମ୍ୟାଚ୍ ପାଇଁ ୬ ଲକ୍ଷ , ଟି ଟ୍ଟୋଣ୍ଟି ପାଇଁ ତିନି ଲକ୍ଷ ଓ ଟେଷ୍ଟ ମ୍ୟାଚ ପାଇଁ ପନ୍ଦର ଲକ୍ଷ ନେଇଥାନ୍ତି ।

ସେହିପରି ହାର୍ଦିକ ପାଣ୍ଡ୍ୟା , ମହମ୍ମଦ ସାମୀ , ରିଶବ୍ ପନ୍ତ୍ ଓ ଅକ୍ଷର ପଟେଲ ଏ ଗ୍ରେଡ ଖେଳାଳି ହୋଇଥିବା ବେଳେ ବାର୍ଷିକ ୫ କୋଟି ଟଙ୍କା ଦରମା ପାଇଥାନ୍ତି । ବି ଗ୍ରେଡର ଖେଳାଳି ସୁବମନ ଗିଲ , କେଏଲ ରାହୁଲ , ସିରାଜ୍ , ଶ୍ରେୟସ ଆୟର , ସୁର୍ୟ କୁମାର ଯାଦବ ବାର୍ଷିକ ୩ କୋଟି ଟଙ୍କା ଦରମା ପାଇଥାନ୍ତି ।

ସି ଗ୍ରେଡର ଖେଳାଳି ମାନେ ଯେପରିକି ଇଶାନ କିଶାନ , ଶିଖର ଧୱନ୍ , ଦୀପକ ଓ ୟୁଜବେନ୍ଦ୍ର ଚହଲ ଓ ସାର୍ଦୁଲ୍ ଠାକୁର ୧ କୋଟି ଟଙ୍କା ଦରମା ପାଇଥାନ୍ତି । ଅନ୍ୟ ଦେଶ ତୁଳନାରେ ଇଂଲଣ୍ଡ ତାର ଖେଳାଳି ମାନଙ୍କୁ ୯ କୋଟି ୬୧ ଲକ୍ଷ ଦରମା ଦେଉଥିବା ବେଳେ ପାକିସ୍ତାନ ତାର ଖେଳାଳି ମାନଙ୍କୁ ସର୍ବନିମ୍ନ ୪୫ ଲକ୍ଷ ଟଙ୍କା ଦରମା ଦେଇଥାଏ ।