କ୍ୟାଚ୍ ଛାଡିବାରୁ ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁ ସେନାପତିଙ୍କ‌ ଉପରେ ରାଗିଲେ ଧୋନୀ, ପାଖକୁ ଡାକି କଲେ କିଛି ଏମିତି

 

ଚଳିତ ଆଇପିଏଲ ସିଜିନ୍ ରେ ଓଡ଼ିଶାର ଏକମାତ୍ର ଖେଳାଳି ଶୁଭ୍ରାଂଶୁ ସେନାପତି ଚେନ୍ନାଇ ଦଳରେ ଅଛନ୍ତି। ହେଲେ ଏଯାଏଁ ତାଙ୍କୁ ଏକାଦଶରେ ସୁଯୋଗ ମିଳିପାରି ନାହିଁ। ଗତ ସିଜିନ୍‌ରୁ ଚେନ୍ନାଇ ଶିବିରରେ ଥିବା ଶୁଭ୍ରାଂଶୁ ଜଣେ ଚମତ୍କାର ଖେଳାଳି ଏକଥା ତାଙ୍କୁ ସିଏସ୍‌କେ ଚୟନ କରିବା ପରଠାରୁ ହିଁ ସ୍ପଷ୍ଟ ହୋଇସାରିଛି। ହେଲେ ସେ କେବେ ଦଳରେ ସ୍ଥାନ ପାଇବେ ତାହାକୁ ସାରା ଓଡ଼ିଶା ଅପେକ୍ଷା କରିଛି।

ଶୁଭ୍ରାଂଶୁଙ୍କୁ ଦଳରେ ସ୍ଥାନ ମିଳିନଥିଲେ ମଧ୍ୟ ତାଙ୍କୁ ସବସିଷ୍ଟିଉଟ୍ ଖେଳାଳି ଭାବେ ରଖାଯାଉଛି ଏବଂ ସେ ପଡିଆରେ ଫିଲ୍ଡ କରୁଥିବା ନଜର ଆସିଛନ୍ତି। ୩୩ତମ ମ୍ୟାଚରେ କେକେଆର୍ ବିପକ୍ଷ ମ୍ୟାଚରେ ସେ ଫିଲ୍ଡିଂ କରୁଥିଲେ। ସେ ବାଉଣ୍ଡ୍ରି ଲାଇନ୍ ରେ ଥିବା ବେଳେ ରିଙ୍କୁ ସିଂ ଙ୍କ କ୍ୟାଚ୍ ଧରିବାକୁ ଯାଇ ଏହାକୁ ଛକା କରିଦେଇଥିଲେ। ବଲ୍ କୁ କ୍ୟାଚ୍ କରିଥିଲେ ମଧ୍ୟ ସେ ବାଉଣ୍ଡ୍ରି ଲାଇନକୁ ମାଡ଼ି ଦେଇଥିଲେ ଯାହା ଫଳରେ ଛକା ହୋଇଯାଇଥିଲେ।

ଯାହା ପରେ ଅଧିନାୟକ ଧୋନୀ ଖୁସି ନଥିବା ଦେଖିବାକୁ ମିଳିଥିଲା। ମ୍ୟାଚ ଶେଷ ହେବା ପରେ ସେ ଶୁଭ୍ରାଂଶୁଙ୍କୁ ନିଜ ପାଖକୁ ଡାକି ତାଗିଦ୍ କରିଥିଲେ ଓ କ୍ୟାଚ୍ ଧରିବାକୁ ନେଇ ଧୋନୀ ଶୁଭ୍ରାଂଶୁଙ୍କୁ କିଛି କହୁଥିବାର ଦେଖିବାକୁ ମିଳିଥିଲା। କିଛି ସମୟ ଧରି ଧୋନୀ ଶୁଭ୍ରାଂଶୁଙ୍କୁ କେମିତି କ୍ୟାଚ ଧରିବ ସେ ନେଇ ତାଗିଦ୍ କରିଥିଲେ।

ତେବେ ନିକଟରେ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଶୁଭ୍ରାଂଶୁ ସିଏସ୍‌କେ ଏବଂ ନିଜ ଖେଳିବା ସମ୍ପର୍କରେ ଅନେକ କଥା ଆଲୋଚନା କରିଛନ୍ତି। ସେ କହିଛନ୍ତି, ଗତବର୍ଷ ସାମାନ୍ୟ ନର୍ଭସ ଥିଲି। ହେଲେ ଏଥର ଆତ୍ମବିଶ୍ୱାସ ବଢ଼ିଛି।ଡଗ୍‌ଆଉଟ୍‌ରେ ବସିଛି ବୋଲି ଆଦୌ ମନଦୁଃଖ ନାହିଁ। ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ପ୍ରସଙ୍ଗ କେବଳ ଦଳର ମ୍ୟାନେଜମେଣ୍ଟ ଉପରେ ନିର୍ଭର କରେ। 

ସେ କହିଛନ୍ତି ଯେ, ମାହି ଭାଇଙ୍କ ସହ କେବେ ଏକୁଟିଆ କଥା ହେବାର ସୁଯୋଗ ମିଳିନାହିଁ। ହେଲେ ଦୁଇଟି ଅଭ୍ୟାସ ମ୍ୟାଚ୍‌ରେ ଋତୁରାଜ ଗାଏକ୍ୱାଡଙ୍କ ସହ ଓପନିଂ କରିବାକୁ ଦିଆଯାଇଥିଲା ଗୋଟିଏ ମ୍ୟାଚ୍‌ରେ ଅର୍ଦ୍ଧଶତକ ଓ ଅନ୍ୟ ଏକ ମ୍ୟାଚ୍‌ରେ ୪୫ରନ ସ୍କୋର କରିଥିଲି। ସେନାପତି ଭଲ ଖେଳୁଛି ବୋଲି ଧୋନି ପ୍ରକାଶ କରିଥିବା ଶୁଭ୍ରାଂଶୁ ଏହି ସାକ୍ଷାତକାରରେ ଜଣାଇଛନ୍ତି।